ଗଞ୍ଜାମ,୨୧ା୪(ଡି.ଏନ୍.ଏ.)- କରୋନା ମୁକାବିଲା ପାଇଁ ରାଜ୍ୟ ଓ ଜିଲା ପ୍ରଶାସନ ରାତିଦିନ ଏକ କରିଦେଇଛନ୍ତି l ଏଥିପାଇଁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସାମାଜିକ ଦୂରତ୍ୱ ଓ ସର୍ବ ସାଧାରଣ ସ୍ଥାନରେ ଛେପ ନ ପକାଇବା, ଘରୁ ବାହାରିଲେ ମାସ୍କ ପିନ୍ଧିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି l ମଙ୍ଗଳବାର ତହସିଲଦାର ଅବନୀ କୁମାର ସାହୁ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁ କଲ୍ୟାଣ ଦାସ, ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ, ଆର୍ଆଇ ପ୍ରମୁଖ ସହରରେ ଡାକ ବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ କରୋନା କଟକଣା ସମ୍ପର୍କରେ ସଚେତନତା କରାଇଥିଲେ।