ତହସିଲ କାର୍ଯ୍ୟାଳୟ ଘେରିଲେ ଫନୀ ସହାୟତାରୁ ବଞ୍ଚିତ ଚାଷୀ

ତିହିଡ଼ି,୨୧।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ କାଁପଡ଼ା ପଞ୍ଚାୟତର ଫନୀ କ୍ଷତିଗ୍ରସ୍ତ ଚାଷୀମାନେ ସୋମବାର ମଧ୍ୟାହ୍ନରେ ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ। ପ୍ରଶାସନ ପକ୍ଷରୁ ଚଞ୍ଚକତା କରାଯାଇ ଚାଷୀମାନଙ୍କୁ ସହାୟତା ତାଲିକାରୁ ବାଦ୍‌ ଦେଇଥିବାରୁ ଏହାର ପ୍ରତିବାଦରେ ସେମାନେ ଏପରି ପଦକ୍ଷେପ ନେଇଛନ୍ତି। ବସନ୍ତ କୁମାର ଦାସ, ଗଣେଶ ମଲିକ, ସନାତନ ଦାସ, ସୁରଥ ଦାସ, ରମାକାନ୍ତ ଦାସ, ମାନସୀ ମଳିକ, ପବିତ୍ରା ମଳିକ, ବିମଳା ଦାସ ପ୍ରମୁଖ ଘେରାଉରେ ସାମିଲ ହୋଇଥିଲେ। କ୍ଷତିପୂରଣ ନ ମିଳିବା ଯାଏ ସେମାନେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।