ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିସ୍ଥାପିତଙ୍କ ଆମରଣ ଅନଶନ

ଲଖନପୁର,୪।୧୧(ଡି.ଏନ୍‌.ଏ): ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ଲୋକଙ୍କୁ ୧୦ ଡିସିମିଲ ଘରଡ଼ିହ ଜମି ଯୋଗାଇ ଦେବା ପାଇଁ ସରକାର ଘୋଷଣା କରିଥିଲେ। ମାତ୍ର ସରକାରଙ୍କ କାଳବିଳମ୍ବ ଯୋଗୁ ଲୋକେ ଏଥିରୁ ବଞ୍ଚିତ ହେଉଛନ୍ତି । ଏହାର ପ୍ରତିବାଦରେ ଲଖନପୁର ତହସିଲ ଅଞ୍ଚଳର ବିସ୍ଥାପିତ ସୁଖାଡ଼ିହି ଗ୍ରାମର ଲୁରା ସାହୁ, କୁରେଇମାଲ ଗ୍ରାମର ରାଧାକାନ୍ତ ସାହୁ ଓ ଅଶ୍ବିନୀ ସାହୁ ପ୍ରମୁଖ ସୋମବାରରୁ ଆମରଣ ଅନଶନରେ ବସିଛନ୍ତି । ଏହାକୁ ହୀରାକୁଦ ବୁଡି ଅଞ୍ଚଳ ସଂଗ୍ରାମ ସମିତି ସମର୍ଥନ ଜଣାଇଛି ।

Share