ତହସିଲ ପକ୍ଷରୁ ଚଢାଉ, ୨୩ଟି ଗାଡି ଜବତ

ଧର୍ମଶାଳା/ଚଢେଇଧରା/ଜେନାପୁର,୫।୬(ଡି.ଏନ୍‌.ଏ.)- ଢେଙ୍କାନାଳ ପୋଲିସ ପ୍ରଶାସନ ପକ୍ଷରୁ ଯାଜପୁର ଜିଲା ସୀମାନ୍ତ ଚଡ଼କମରା ଡଙ୍କାରୀ ପାହାଡରେ ଥିବା ବେଆଇନ କଳାପଥର ଖାଦାନରେ ଗତ ଏକ ତାରିଖରେ ବ୍ୟାପକ ଚଢାଉ କରାଯାଇଥିଲା। ଉକ୍ତ ଚଢାଉରେ ୨୯ରୁ ଊର୍ଦ୍ଧ୍ୱ ଗାଡି ଜବତ ହୋଇଥିଲା। ଢେଙ୍କାନଳ ପୋଲିସ ପ୍ରଶାସନର ଏଭଳି କାର୍ଯ୍ୟାନୁଷ୍ଠାନ ବେଶ୍‌ ପ୍ରସଂଶିତ ହୋଇଥିବାବେଳେ ଯାଜପୁର ଜିଲା ପ୍ରଶାସନର ବେଆଇନ ପଥର ମାଫିଆଙ୍କ ପ୍ରତି ନରମ ମନୋଭାବକୁ ନେଇ ପ୍ରଶ୍ନବାଚୀ ସୃଷ୍ଠି ହୋଇଥିଲା। ଏ ନେଇ ତଥ୍ୟ ସମ୍ବଳିତ ଖବର ଧରିତ୍ରୀରେ ଗତ ୩ ତାରିଖରେ ପ୍ରକାଶ ପାଇିବା ପରେ ଏବେ ଧର୍ମଶାଳା ତହସିଲ ସଜାଗ ହୋଇଛି। ମଙ୍ଗଳବାର ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା ପୋଲିସ ପ୍ରଶାସନ ସହାୟତାରେ ବିଭିନ୍ନ ସ୍ଥାନରେ ଚଢାଉକରି ବେଆଇନଭାବେ କଳାପଥର ପରିବହନ କରୁଥିବା ୨୩ ଗାଡି ଜବତ କରିଛନ୍ତି। ତହସିଲ ପକ୍ଷରୁ ପ୍ରଥମଥର କରି ସର୍ବାଧିକ ୨୩ଟି ଗାଡି ଜବତ ହୋଇଥିବାବେଳେ ଏହି ଗାଡିଗୁଡିକଠାରୁ ୫ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି। ତହସିଲଦାର ବେଆଇନଭାବେ ପରିବହନ ହେଉଥିବା ୫୩ନଂ ଜାତୀୟ ରାଜପଥ ଚଢେଇଧରା, ଜେନାପୁର, ମାଣ୍ଡିଆ, ବରଡା, ପାଖର ଓ ଜାତୀୟ ରାଜପଥ ୫(କ) ଶ୍ରୀରାମପୁର ଟୋଲଗେଟ୍‌ ନିକଟରେ ଚଢାଉକରି ୧୬ଟି ହାଇୱା, ୫ ଟିପ୍ପର, ୨ ଟ୍ରକ୍‌ ଜବତ କରିଥିଲେ। ଚଢାଉରେ ଧର୍ମଶାଳା ତହସିଲଦାର ପଣ୍ଡାଙ୍କ ସମେତ ଅତିରିକ୍ତ ତହସିଲଦାର ଦେବୀପ୍ରସାଦ ମହାନ୍ତି, ଧର୍ମଶାଳା ଥାନା ଅଧିକାରୀ ସରୋଜ ସାହୁ, ଜେନାପୁର ଥାନା ଅଧିକାରୀ ସୁଶାନ୍ତ ଦାଶ, ଆର୍‌ଆଇ ବିରଞ୍ଚତ୍ ବୋଇତେଇ, ଏଆରଆଇ ଚନ୍ଦନ ସାହୁ, ଜଗବନ୍ଧୁ ଜେନା ପ୍ରମୁଖ ସାମିଲ ଥିଲେ। ରବିବାର ଓ ସେମାବାର ଜବତ ହୋଇଥିବା ୮ଟି ଗାଡି ମଧ୍ୟରୁ ୪ଟି ଗାଡିଠାରୁ ୧ଲକ୍ଷ ୭୦ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ଜଣାପଡିଛି। ପ୍ରକାଶ ଯେ, ଧର୍ମଶାଳା ତହସିଲର ୯୨ଟି ସଇରାତ ମଧ୍ୟରୁ ୪୬ଟି ନିଲାମ ହୋଇଥିଲାବେଳେ ଅବଶିଷ୍ଟ ୪୬ଟି ନିଲାମ ହୋଇନାହିଁ। ଏହାର ସୁଯୋଗ ନେଇ ପଥର ମାଫିଆମାନେ ପ୍ରତ୍ୟେହ ବିଭିନ୍ନ ମେସିନ୍‌ ସାହାଯ୍ୟରେ ନିଲାମ ହୋଇ ନ ଥିବା ସଇରାତଗୁଡିକରୁ ପଥର ଭାଙ୍ଗି ଚୋରାରେ ଚାଲାଣ କରୁଛନ୍ତି। ଫଳରେ ବହୁ ରାଜସ୍ବହାନୀ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…

ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri