ତାଗିଦ ସତ୍ତ୍ୱେ ମାନୁନି ଇସ୍କନ: ମଥୁରାରେ ଅଦିନିଆ ରଥଯାତ୍ରା ନେଇ ଚର୍ଚ୍ଚା

ପୁରୀ ଅଫିସ,୫।୩: ବାରମ୍ବାର ତାଗିଦ ସତ୍ତ୍ୱେ ମାନୁନାହିଁ ଇସ୍କନ। ପୂର୍ବରୁ ମୁମ୍ବାଇ ଶିବାଜୀ ପାର୍କରେ ଅଦିନିଆ ରଥଯାତ୍ରା କରି ବିବାଦୀୟ ହୋଇପଡିଥିବା ଇସ୍କନ ଏବେ ନାମ ପରିବର୍ତ୍ତନ କରି ଅଦିନିଆ ରଥଯାତ୍ରା କରିବାକୁ ଯୋଜନା କରୁଥିବା ଆଶଙ୍କା କରାଯାଉଛି। ତେବେ ସୋସିଆଲ ମିଡିଆରେ ଘୂରିବୁଲୁଥିବା ଇସ୍କନର ପୋଷ୍ଟର ଏବେ ପୁଣି ବିବାଦ ସୃଷ୍ଟି କରିଛି। ପୋଷ୍ଟରରେ କ୍ରୀଷ୍ଣା ଫେଷ୍ଟିଭାଲ ଲେଖା ରହିଥିବା ବେଳେ ରୁଟ୍‌ ଚାର୍ଟ ମଧ୍ୟ ରହିଛି। ସବୁଠୁ ବଡ଼ କଥା ହେଉଛି ଏହି ପୋଷ୍ଟରରେ ରଥର ଫଟୋ ରହିଛି। ଚଳିତ ମାସ ୧୮ ତାରିଖ ଦିନ ଏହି କ୍ରୀଷ୍ଣା ଫେଷ୍ଟିଭାଲର ଆୟୋଜନ କରାଯାଇଛି। ମଥୁରା ମୁକୁନ୍ଦ ବିହାର ଅଞ୍ଚଳରେ ଅପରାହ୍ନ ୨ଟା ସମୟରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି। ଏହାକୁ ନେଇ ବୁଦ୍ଧିଜୀବୀ ଓ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଣ୍ଡିପଙ୍କାରେ ଜି. ଉଦୟଗିରି ବିଧାୟକ ପ୍ରଫୁଲ ପ୍ରଧାନ: ସ୍ଥିତି ଅନୁଧ୍ୟାନ ସହ ପୁଣି ଉଠାଇଲେ ବ୍ରାହ୍ମଣୀଗାଁ ବ୍ଲକ ଦାବି ପ୍ରସଙ୍ଗ

ଦାରିଙ୍ଗବାଡି,୨।୧୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକରେ ମାଣ୍ଡିପାଙ୍କାରେ ଖାଦ୍ୟ ଅଭାବରୁ ଲୋକେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ...

ଇସ୍କନର ଅଦିନିଆ ରଥଯାତ୍ରା ନେଇ ଆଇନମନ୍ତ୍ରୀ କହିଲେ ମୁଁ ଭାବୁନି ସେମାନେ…

ଭୁବନେଶ୍ୱର,୨ା୧୧: ଇସ୍କନର ଅଦିନିଆ ରଥଯାତ୍ରା ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଇସ୍କନ ରଥଯାତ୍ରା ବନ୍ଦ ପାଇଁ ଆମେ ଶ୍ରୀମନ୍ଦିର ପ୍ରଶାସନକୁ...

ବାବୁ ମୃତ୍ୟୁକୁ ବି ଭୟ ନାହିଁ : ଭୋକରେ ଖାଉଛୁ ଆମ୍ବ ଟାକୁଆ, ସରକାର ଅଧିକ ଚାଉଳ ଦେଲେ….

ଦାରିଙ୍ଗବାଡି,୨।୧୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଅଭାବନୀୟ ଘଟଣା ଘଟିବା ପରେ ମଧ୍ୟ ଗ୍ରାମବାସୀ ଆମ୍ବ ଟାକୁଆ...

ବଲାଙ୍ଗୀର ପାଇଁ ଖୁସିଖବର: ଏୟାରଫିଲ୍ଡ ଉନ୍ନତିକରଣ ପାଇଁ ୬୪ କୋଟି ଟଙ୍କାର  ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଗୁଡଭେଲା,୨।୧୧(ମନୋଜ କୁମାର ଜୈନ): ବଲାଙ୍ଗୀର ଜିଲା ତୁଷୁରା ଏୟାରଫିଲ୍ଡକୁ ୨-ବି କ୍ଲାସ ଉନ୍ନତିକରଣ ପାଇଁ ଶନିବାର  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।...

ବଲିଉଡ୍‌ରେ ଓଡିଆ ପୁଅଙ୍କ କମାଲ: ସୋନପୁରର ରାଜ୍‌…

ଭୁବନେଶ୍ୱର,୨।୧୧: ବଲିଉଡ୍‌ରେ ଓଡିଆ ପୁଅଙ୍କ କମାଲ। ଭୁଲଭୁଲେୟା-ଥ୍ରୀରେ  ଯାଦୁ  ଦେଖାଇଛନ୍ତି ଓଡିଆ ପୁଆ। ଆସିଷ୍ଟାଣ୍ଟ ଡିରେକ୍ଟର ବା ସହ ନିର୍ଦ୍ଦେଶକ ଭାବେ କାମ କରି ସୋନପୁର...

ଆମ୍ବଟାକୁଆ ଖାଇ ୨ ମୃତ୍ୟୁ ଘଟଣା: ପିଡିଏସ୍‌ ଚାଉଳ ବଣ୍ଟନରେ ଅନିୟମିତା ନେଇ ଅଭିଯୋଗ ଆଣିଲେ ଏହି ବିଜେଡି ନେତା

ଦାରିଙ୍ଗବାଡ଼ି,୨ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ମାଣ୍ଡିପାଙ୍କାରେ ଖାଦ୍ୟ ଅଭାବରୁ ଲୋକେ ଆମ୍ବଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ...

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏହିଦିନ ଆସିବ ୩ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

ଭୁବନେଶ୍ୱର,୨ା୧୧: ଶନିବାର ପୁଣି ଏକ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ନଭେମ୍ବର ଶେଷ ‘ସୁଭଦ୍ରା’ ତୃତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି...

ଘନେଇଲାଣି ଆଉ ଏକ ବାତ୍ୟା ଭୟ! ବଙ୍ଗୋପସାଗରରେ ପୁଣି ଲଘୁଚାପ

ଭୁବନେଶ୍ୱର,୨।୧୧:ପୁଣି ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ। ଦକ୍ଷିଣ ବଙ୍ଗୋପସାଗରରେ ୫ ନଭେମ୍ବରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏହା ଧୀରେଧୀରେ ପଶ୍ଚିମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri