ତାଜ୍‌ ହୋଟେଲର ୬ କର୍ମଚାରୀ କରୋନା ପଜିଟିଭ୍‌

ମୁମ୍ବାଇ,୧୨।୪: କରୋନା ସଂକ୍ରମଣ ଯୋଗୁ ମହାରାଷ୍ଟ୍ରରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମୁମ୍ବାଇର ତାଜ୍‌ ହୋଟେଲରେ ୬ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ହୋଟେଲରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କ ରହିବାର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ହୋଟେଲ କର୍ତ୍ତୃପକ୍ଷ ଏଠାକାର ୫୦୦ କର୍ମଚାରୀଙ୍କ ଯାଞ୍ଚ୍‌ କରାଇଥିଲେ। ରିପୋର୍ଟରେ ୬ କର୍ମଚାରୀ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଛି। ଇତିମଧ୍ୟରେ ସରକାର ରାଜ୍ୟକୁ ୩ଟି ଜୋନ୍‌ରେ ବିଭକ୍ତ କରିଛନ୍ତି। ୧୫ରୁ ଅଧିକ ସଂକ୍ରମିତ ଥିବା ଜିଲାଗୁଡ଼ିକୁ ରେଡ୍‌ ଜୋନ୍‌, ଏହାଠାରୁ କମ୍‌ ସଂଖ୍ୟକ ସଂକ୍ରମିତ ଥିବା ଜିଲାକୁ ଅରେଞ୍ଜ୍‌ ଜୋନ୍‌ ଏବଂ କୌଣସି ସଂକ୍ରମିତ ନ ଥିବା ଜିଲାଗୁଡ଼ିକୁ ଗ୍ରୀନ୍‌ ଜୋନ୍‌ ଭାବେ ଚିହ୍ନଟ କରାଯାଇଛି। ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୭୮ ଥିବାବେଳେ ମୃତ୍ୟୁ ସଂଖ୍ୟା ୧୨୭ରେ ପହଞ୍ଚିଛି।

Share