ତାତିଲେ ଏମ୍‌ଡିଏମ୍‌ ପାଚିକା ସହାୟିକା

ମୁରିବାହାଲ, ୧୩।୧୦ (ଡି.ଏନ.ଏ.)
ନିଖିଳ ଓଡିଶା ମଧ୍ୟାହ୍ନଭୋଜନ(ଏମଡିଏମ) ପାଚିକା ସହାୟକ ସଂଘ ବଲାଙ୍ଗୀର ଜିଲା କମିଟି ତରଫରୁ ୩ ଦଫା ଦାବି ନେଇ ସୋମବାର ମୁରିବାହାଲ ବ୍ଲକ ଅଫିସ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଓଡିଶା ନିର୍ମାଣ ଶ୍ରମିକ ସଂଘ ସଭାପତି ଗୋପାଳ ଭୋଇ କାର୍ଯ୍ୟକ୍ରମରେ ଯୋଗଦେଇ କରୋନା ସମୟରେ ପାଚିକା ସହାୟିକାଙ୍କୁ ରାଜ୍ୟ ସରକାର ଧ୍ୟାନ ଦେଉ ନ ଥିବା କହିଥିଲେ। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓ ମହେନ୍ଦ୍ର ପ୍ରଧାନୀ ଓ ବ୍ଲକ ଶିକ୍ଷା ଅଧିକାରୀ ଜଗନ୍ନାଥ ଧରୁଆଙ୍କ ଅନୁପସ୍ଥିତରେ କନିଷ୍ଠ କିରାଣୀ ରାଧେଶ୍ୟାମ ଭୋଇଙ୍କୁ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ପ୍ରମୁଖ ଦାବିଗୁଡିକ ମଧ୍ୟରେ ବ୍ଲକର ପ୍ରତ୍ୟେକ ବିଦ୍ୟାଳୟରେ ପାଚିତା ସହାୟିକାଭାବେ କାର୍ଯ୍ୟ କରୁଥିବା ପାଚିକା ସହାୟିକାମାନଙ୍କୁ ୨୮ ମାସର ବକେୟା ଦରମା ଯଥାଶୀଘ୍ର ପ୍ରଦାନ, ଗତ ମାର୍ଚ୍ଚ ମାସରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଦରମା ପ୍ରଦାନ, ପାଚିକା ସହାୟିକାମାନଙ୍କୁ ଶାଢ଼ୀ ଓ ଅନ୍ୟାନ୍ୟ ସରକାରୀ ସୁବିଧା ପ୍ରଦାନ ଅନ୍ୟତମ। ଏଆଇଟିୟୁସି ସହବନ୍ଧିତ ନିଖିଳ ଓଡିଶା ଏମଡିଏମ ପାଚିକା ସହାୟିକା ସଂଘ ଜିଲା ସଭାପତି ପାଣ୍ଡବ ଭୋଇ, ସଭାନେତ୍ରୀ ଛେଦ ଭୋଇଙ୍କର ନେତୃତ୍ୱରେ ବୁଇ ମହାକୁର, ସୁନିତା ସେଟ, ଲକ୍ଷ୍ମୀପ୍ରିୟା ନିଆଲ, ଲୋଚନା ବେହେରା, ଦାଶ ଭୋଇ, ପଦ୍ମାବତୀ ସାହୁ, କୁନ୍ତଲା ପୁଟେଲ, ଦହିମତି ବାଗ, ଶାନ୍ତି ଗୟ, ମମତା ବାଗ, କବିତା ସାହୁ ଏହି ଅବସରରେ ଉପସ୍ଥିତ ଥିଲେ ।