ତାନାଜୀ ରଚିଲା ଇତିହାସ: ୩ସେନା ମୁଖ୍ୟ ଏକାଠି ଦେଖିଲେ ଫିଲ୍ମ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ତାନାଜୀ-ଦ ଅନସଙ୍ଗ୍‌ ଓ୍ବାରିୟର’ ବକ୍ସ ଅଫିସ୍‌ରେ ଏବେ ଧମାଲ୍‌ କରୁଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଥିବା ବେଳେ ଫିଲ୍ମ ଭଲ ବ୍ୟବସାୟ କରୁଛି। ସୂଚନା ମୂତାବକ ଏହି ଫିଲ୍ମ ଏବେ ୨ଶହ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି। ଏବେ ପର୍ଯ୍ୟନ୍ତ ତାନାଜୀ ୧୬୭. ୪୫ କୋଟି ଟଙ୍କା ଆୟ କରିସାରିଛି। ଅନ୍ୟପଟେ ଏହି ଫିଲ୍ମ ଏବେ ଇତିହାସ ରଚିଛି। କାରଣ ୩ସେନା ମୁଖ୍ୟ ଏକାଠି ମିଶି ଏହି ଫିଲ୍ମକୁ ଦେଖିଛନ୍ତି। ଅବସର ନୌସେନା ଅଧିକାରୀ ହରିନ୍ଦର ସିକ୍କା ଏନେଇ ଟୁଇଟ କରି କହିଛନ୍ତି, ତାନାଜି ଇତିହାସ ରଚିଛି। ୩ସେନା ପ୍ରମୁଖ ନୌସେନା ମୁଖ୍ୟ, ସେନା ମୁଖ୍ୟ ଓ ବାୟୁସେନା ମୁଖ୍ୟ ଏକାଠି ମିଶି ଅଜୟ ଓ କାଜୋଲଙ୍କ ଅଭିନୀତ ଫିଲ୍ମ ତାନାଜୀ ଦେଖିଛନ୍ତି। ୩ସେନାଙ୍କ ସହ ଅଜୟଙ୍କ ଏକ ଫଟୋକୁ ହରିନ୍ଦର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଅପରପକ୍ଷେ ଅଜୟ ମଧ୍ୟ ଟୁଇଟ କରି ୩ସେନା ମୁଖ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୩ଜଣ ମୁଖ୍ୟ ନିଜର ବହୁମୂଲ୍ୟ ସମୟ ତାନାଜୀ ପାଇଁ ଦେଇଥିବାରୁ ଅଜୟ ଧନ୍ୟବାଦ ଜଣାଇଛନ୍ତି।

Share