Categories: ଫୁରସତ

ତାପମାତ୍ରାକୁ ଅନୁଭବ କରିପାରୁଥିବା ଟେବୁଲ

ଆଜିକାଲି ଅନେକ ପ୍ରକାରର ଆସବାବପତ୍ର ଆସିଗଲାଣି। ଫୋଲ୍ଡିଂ ଆସବାବ ସହ ବିଭିନ୍ନ ଅଜବ ଆସବାବ ବି ରହିଛି। ନିକଟରେ ଆଉ ଏକ ପ୍ରକାରର ଅଜବ ଆସବାବପତ୍ର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ୟୁକେ, ଅକ୍ସଫୋର୍ଡର ଡିଜାଇନର୍‌ ଜେ’ ଓ୍ବାଟସନ୍‌ ତିଆରି କରିଛନ୍ତି ଏହି ଖାସ୍‌ ଆସବାବପତ୍ର। ଯାହା ତାପମାତ୍ରାକୁ ଅନୁଭବ କରିପାରେ। ଏହା ଏକ ଟେବୁଲ ଓ ବେଞ୍ଚ ଅଟେ, ଯାହା ଉପରେ ବସିବା ପରେ ମଣିଷ ଶରୀର ମଧ୍ୟସ୍ଥ ତାପମାତ୍ରାକୁ ଅନୁଭବ କରିଥାଏ। ଆଉ ବ୍ୟକ୍ତି ଜଣକ ଉଠିଯିବା ପରେ ଟେବୁଲରେ ରହିଯାଏ ବସିଥିବା ଭଙ୍ଗିରେ ଏକ ଚିତ୍ର। ଏଭଳି ହେବା ପଛର କାରଣ ହେଉଛି ଟେବୁଲ ଓ ବେଞ୍ଚ ଉପରେ ହୋଇଥିବା ଥର୍ମୋକ୍ରୋମିକ ଫିନିଶ୍‌। ମଣିଷ ହୁଅନ୍ତୁ କି ମଗ୍‌ ଅବା ପ୍ଲେଟ୍‌ ଭଳି ବସ୍ତୁ, ଟେବୁଲ ଓ ବେଞ୍ଚର ଉପରିଭାଗ ଯେତେବେଳେ ସେଗୁଡିକର ତାପମାତ୍ରା ସଂସ୍ପର୍ଶରେ ଆସେ ସେହି ଆକାରର ଚିହ୍ନ ସୃଷ୍ଟି ହୋଇଯାଏ। ଅନେକ ସମୟରେ ତ ଲୋକେ ଏହାକୁ ଦେଖି ଭୟ କରି ଯାଆନ୍ତି। ଆଉ ଯିଏ ଏହା ବିଷୟରେ ଅବଗତ ଥାଆନ୍ତି ସେମାନେ ଏହି ତାପାମାତ୍ରା ଜନିତ ଚିତ୍ରକୁ ଦେଖି ମଜା ଉଠାଇଥାଆନ୍ତି।

Share