କରୋନା ଭାଇରସ୍ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଏହା ଏମିତି ଏକ ମହାମାରୀ ଏହାର କୌଣସି ଟୀକା ବା ଔଷଧୀୟ ଚିକିତ୍ସା ବର୍ତ୍ତମାନ ପର୍ଯ୍ୟନ୍ତ ବାହାରି ନାହିଁ। ଏପରିସ୍ଥଳେ ସୋସିଆଲ ମିଡିଆ ସହିତ କିଛି ସ୍ଥାନରେ ଚର୍ଚ୍ଚା ହେଉଛି କି ଗରମ ବଢ଼ିଲେ କରୋନା ଭାଇରସ୍ ଆପଣାଛାଏଁ ମରିଯିବ। କିନ୍ତୁ ବିଶେଷଜ୍ଞମାନେ କୁହନ୍ତି, ଏହାର ସଠିକ୍ ଉତ୍ତର ପାଇବା ପାଇଁ ସମୟକୁ ଅପେକ୍ଷା କରିବାକୁ ପଡ଼ିବ।
ଥାଇଲାଣ୍ଡ ଏବଂ ସିଙ୍ଗାପୁର ପରି ଦେଶରେ ସର୍ବନିମ୍ନ ତାପମାତ୍ରା ୨୭ଡିଗ୍ରୀରୁ ସର୍ବାଧିକ ୩୭ ଡିଗ୍ରୀରେ ରହିଥାଏ। କିନ୍ତୁ ଏହି ସ୍ଥାନରେ ମଧ୍ୟ କରୋନା ଭାଇରସ୍ ସାମ୍ନାକୁ ଆସିଛି। ଏହାଠାରୁ ଅଧିକ ତାପମାତ୍ରାରେ କରୋନା ଭାଇରସ୍ ବ୍ୟବହାର ନେଇ ଅଧ୍ୟୟନ ଏବେବି ବାକି ଅଛି। ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ମାଇକ୍ରୋବିଓଲୋଜି ବିଶେଷଜ୍ଞ ଡକ୍ଟର ରାମ ମନୋହର ଲୋହିଆ ଏକ ସାକ୍ଷାତକାରରେ କହିଛନ୍ତି, ଏହି ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ମିଳିପାରିନାହିଁ। ବଢୁଥିବା ଉତ୍ତାପ ସହିତ ଅବଶ୍ୟ ଅନେକ ଜୀବାଣୁ ମରିଯାଇଥାନ୍ତି। ଏହାର ସଠିକ୍ ଉତ୍ତର ପାଇଁ ତାପମାତ୍ରା ୩୮-୪୦ ଡିଗ୍ରୀରୁ ଅଧିକ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। କିଛି ଭାଇରସ୍ ସମୟ ସହିତ ନିଜର ସ୍ବରୂପ ମଧ୍ୟ ବଦଳାଇଥାନ୍ତି।
କିଛି ଭାଇରସ୍ ସାମାନ୍ୟ ତାପମାତ୍ରାରେ ବହୁତ ସକ୍ରିୟ ରହିଥାନ୍ତି। କିନ୍ତୁ ଅଧିକ ଗରମ କିମ୍ବା ଅଧିକ ଥଣ୍ଡାରେ ଏମାନେ ମୃତପ୍ରାୟ ହୋଇଯାନ୍ତି। ତାପମାତ୍ରା ବଢ଼ିଲେ ଏହି ଭୂତାଣୁ ନିଷ୍କ୍ରିୟ ହୋଇଯାଏ।