ତାପସିଙ୍କୁ ହିନ୍ଦୀ କହିବାକୁ କହି ଫସିଗଲେ ଯୁବକ

ମୁମ୍ବାଇ: ବଲିଉଡ୍‌ ନାୟିକା ତାପସି ପନ୍ନୁ ନିକଟରେ ଗୋଆରେ ଅନୁଷ୍ଠିତ ୫୦ତମ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇଥିଲେ। ସେଠାରେ ସେ ‘ଓମେନ୍‌ ଇନ୍‌ ଲିଡ୍‌’ ସେସନରେ ନିଜର ବକ୍ତବ୍ୟ ରଖିବାକୁ ପହଞ୍ଚିଥିଲେ। ଏହି ସମୟରେ ସେ ଇଂରାଜୀରେ ନିଜର ବକ୍ତବ୍ୟ ରଖିଥିଲେ। ଆଉ ଏହା ଶୁଣିବା ପରେ ସେଠାରେ ଥିବା ଜଣେ ଯୁବକ କହିଥିଲେ କି ମ୍ୟାଡାମ ଆପଣ ହିନ୍ଦୀ ଅଭିନେତ୍ରୀ ତେଣୁ ହିନ୍ଦୀରେ କୁହନ୍ତୁ। ଏହାର ଉତ୍ତରରେ ତାପସି କହିଥିଲେ ଯେହେତୁ ଏଠାରେ ବିଭିନ୍ନ ଭାଷାଭାଷି ଦର୍ଶକେ ଅଛନ୍ତି କାଳେ ସମସ୍ତେ ହିନ୍ଦୀ ନ ବୁଝି ପାରିବେ ସେଥିପାଇଁ ମୁଁ ଇଂରାଜୀରେ କହୁଥିଲି। ହେଲେ ଦର୍ଶକ ଜଣକ କହିଥିଲେ ଆପଣ ଯେହେତୁ ହିନ୍ଦୀ ଫିଲ୍ମରେ ଅଭିନୟ କରୁଛନ୍ତି ହିନ୍ଦୀ କୁହନ୍ତୁ। ଏହାର ଜବାବରେ ତାପସୀ କହିଥିଲେ ମୁଁ ଦକ୍ଷିଣ ଭାରତୀୟ ଫିଲ୍ମରେ ବି କାମ କରିଛି ତ ଏବେ ତାମିଲ ଅବା ତେଲଗୁରେ କହିବି କି। ତାପସିଙ୍କ ଏହି କଥା ଶୁଣି ସେଠାରେ ଥିବା ଦର୍ଶକେ ହସି ଉଠିଥିଲେ।

Share