ତାପସୀଙ୍କୁ ପସନ୍ଦ ନୁହେଁ ଫିଲ୍ମରେ ଘରୋଇ ହିଂସା

ମୁମ୍ବାଇ: ବଲିଉଡ୍‌ ନାୟିକା ତାପସୀ ପନ୍ନୁଙ୍କ ଅଭିନୀତ ଫିଲ୍ମ ‘ଥପ୍ପଡ’ ଏବେ ରହିଛି ଚର୍ଚ୍ଚାରେ। ଏହାର ଟ୍ରେଲରଠାରୁ ଆରମ୍ଭ କରି ସୋସିଆଲ ମେସେଜ ପର୍ଯ୍ୟନ୍ତ ସବୁକିଛି ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଛି ବୋଲି କୁହାଯାଉଛି। ନିକଟରେ ଏହାର ଏକ ଭିଡିଓ ଶେୟାର କରି ତାପସୀ ସମସ୍ତ ଫଲୋୟର୍ସଙ୍କୁ ଏକ ପିଟିଶନ ସାଇନ୍‌ କରିବାକୁ ଅନୁରୋଧ କରିଛନ୍ତି। ଏହି ଭିଡିଓ ମାଧ୍ୟମରେ ସେ ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ(ସିବିଏଫ୍‌ସି)କୁ ମଧ୍ୟ ଅନୁରୋଧ କରିଛନ୍ତି। ଫିଲ୍ମରେ ଦେଖାଯାଉଥିବା ଘରୋଇ ହିଂସାକୁ ନେଇ ଡିସ୍‌କ୍ଲେମର ଦେବା ଉଚିତ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯଦି ଫିଲ୍ମରେ ସିଗାରେଟ୍‌ ଓ ମଦ ପାଇଁ ଡିସ୍‌କ୍ଲେମର ଦିଆଯାଉଛି ତେବେ ମହିଳାଙ୍କ ଉପରେ ହେଉଥିବା ଘରୋଇ ହିଂସା ପାଇଁ କାହିଁକି ଦିଆଯିବ ନାହିଁ। ଅବଶ୍ୟ ଏକଥାକୁ କେତେଜଣ ସମର୍ଥନ କରୁଛନ୍ତି ତାହା ତ ସମୟ କହିବ ହେଲେ ତାପସୀ ଏହା ଶେୟାର କରିବା ପରେ କମେଣ୍ଟ ବକ୍ସରେ ତାଙ୍କୁ ଅନେକ ସମର୍ଥନ ମିଳିଥିବା ଦେଖାଯାଇଛି।

Share