ତାପସୀଙ୍କ ‘ଥପ୍ପଡ’ ଦେଖି ଖୁସି ହେଲେ ଜାଭେଦ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଅଭିନୀତ ଫିଲ୍ମ ‘ଥପ୍ପଡ’କୁ ନେଇ ଚର୍ଚ୍ଚା ଲାଗି ରହିଛି। ସାମାଜିକ ଘଟଣାବଳୀକୁ ନେଇ ନିର୍ମାଣ କରାଯାଉଥିବା ଫିଲ୍ମରେ ଅଭିନୟ କରିବାକୁ ତାପସୀ ପସନ୍ଦ କରୁଥିବା ବେଳେ ଏହାକୁ ନେଇ ସେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରି ଥାଆନ୍ତି। ‘ଥପ୍ପଡ’ ଏମିତି ଏକ କାହାଣୀ ଉପରେ ପର୍ଯ୍ୟବେଷିତ ଯାହା ପ୍ରତି ଘରେ ଦେଖିବାକୁ ମିଳେ। କିଛିଦିନ ହେବ ଏହା ରିଲିଜ୍‌ ହୋଇଥିଲେ ମଧ୍ୟ ନିକଟରେ ଲେଖକ ତଥା ଗୀତିକାର ଜାଭେଦ ଅଖତର ଏହାକୁ ଦେଖିବା ପରେ ଫିଲ୍ମର ପ୍ରଶଂସା କରିଛନ୍ତି। ଏବେ ସମାଜରେ ପୁରୁଷମାନେ ସ୍ତ୍ରୀମାନଙ୍କୁ ଥପ୍ପଡ ମାରିବା ଏକ ସାଧାରଣ ଘଟଣା ହୋଇଥିବା ବେଳେ ଏହାକୁ ନେଇ ଉଠିଥିବା ଏକ ପ୍ରଶ୍ନର ଉତ୍ତର ଏବେ କାହା ପାଖରେ ନାହିଁ। ଏହାକୁ ଦେଖିବା ପରେ ଜାଭେଦ ସୋସିଆଲ ମିଡିଆରେ ଲେଖିଛନ୍ତି ଗୋଟିଏ ସାଧାରଣ ଘଟଣାକୁ ନେଇ ଫିଲ୍ମଟି ଭଲଭାବେ ନିର୍ମାଣ କରାଯାଇଛି। ଏହା ସମାଜକୁ ଭଲ ବାର୍ତ୍ତା ଦେବ। ଏହାସହ ଏଥିରେ ତାପସୀଙ୍କ ଅଭିନୟ ବେଶ୍‌ ଭଲ ହୋଇଛି ବୋଲି କହିଛନ୍ତି ଜାଭେଦ।

Share