ତାପସୀ ପନ୍ନୁଙ୍କ ‘ଥପ୍ପଡ଼’କୁ କମଲନାଥ କଲେ ଟିକସ ମୁକ୍ତ

ଭୋପାଳ,୨୬।୨: ତାପସୀ ପନ୍ନୁଙ୍କ ଫିଲ୍ମ ‘ଥପ୍ପଡ଼’ ରିଲିଜ ପୂର୍ବରୁ ମଧ୍ୟପ୍ରଦେଶ ସରକାରଙ୍କ ସହାୟତା ପାଇଛି। ରାଜ୍ୟରେ ଫିଲ୍ମକୁ ୩ ମାସ ପାଇଁ ଟିକସ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଅନୁଭବ ସିହ୍ନା ଦେଇଥିବାବେଳେ ଏହାର କାହାଣୀ ଘରୋଇ ହିଂସା ଉପରେ ପର୍ଯ୍ୟବେସିତ। ଥପ୍ପଡ଼ ଫେବୃୟାରୀ ୨୮ରେ ରିଲିଜ୍‌ ହେବ। ସୂଚନାଯୋଗ୍ୟ, ଏହା ପୂର୍ବରୁ ରାଜ୍ୟ ସରକାର ଦୀପିକା ପାଦୁକୋନଙ୍କ ଫିଲ୍ମ ଛପାକ୍‌କୁ ଟିକସ ମୁକ୍ତ କରିଥିଲେ।

Share