Categories: ଜାତୀୟ

ତାପ୍ତି ନଦୀର ଜଳସ୍ତର ବୃଦ୍ଧି ଯୋଗୁ ଖୁସି ମନାଇଲେ ଲୋକେ

ବେତୁଲ,୮।୮: ମଧ୍ୟପ୍ରଦେଶର ବେତୁଲରେ ବହିଯାଇଛି ତାପ୍ତି ନଦୀ। ଚଳିତ ବର୍ଷାରେ ଏହାର ଜଳସ୍ତର ବୃଦ୍ଧି ପାଇଥିବାରୁ ଏଠାକାର ଲୋକେ ଖୁସି ମନାଇଛନ୍ତି। ତେବେ ଦୀର୍ଘ ୩ ବର୍ଷପରେ ଏହି ନଜୀର ଜଳସ୍ତର ବୃଦ୍ଧି ପାଇବା ସହ ଏହା ନିକଟରେ ଥିବା ତାପ୍ତି ମନ୍ଦିରରେ ପ୍ରବେଶ କରିଥିଲା। ଫଳରେ ମୁଲତାଇ ଉତ୍ସବ ପାଳନ ପାଇଁ ମନ୍ଦିରକୁ ଆସିଥିବା ଲୋକେ ଖୁସି ମନାଉଥିବା ଦେଖାଯାଇଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ଲଗାଣ ବର୍ଷାରେ ଦେଶର ଅଧିକାଂଶ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ହେଲେ ତାପ୍ତି ନଦୀର ଜଳସ୍ତର ବୃଦ୍ଧି ବେତୁଲରେ ଏକ ଭିନ୍ନ ବାତାବରଣ ସୃଷ୍ଟି କରିଛି।

Share