ତାମିଲନାଡ଼ୁରେ ଫସିଛନ୍ତି ମାଲକାନଗିରିର ୧୦ ଶ୍ରମିକ

କୋରୁକୋଣ୍ଡା,୨୭ା୩(ଡି.ଏନ୍‌.ଏ): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ ପୁରୁଣା ଚିମଟାପାଲି ଏବଂ ଏମଭି-୫୦ ଗ୍ରାମର ୧୦ ଶ୍ରମିକ ତାମିଲ୍‌ନାଡ଼ୁରେ ଫସିଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ୩ ମହିଳା ମଧ୍ୟ ରହିଛନ୍ତି। କାମ କରିବା ପାଇଁ ଏମାନେ ତାମିଲ୍‌ନାଡ଼ୁ ଯାଇଥିବାବେଳେ କରୋନା ଯୋଗୁ କମ୍ପାନୀ ବନ୍ଦ ରହିଛି। ଶ୍ରମିକମାନଙ୍କୁ ଏବେ କୌଣସି ପାରିଶ୍ରମିକ ମଧ୍ୟ ମିଳୁନି। ତେଣୁ ସେଠାରେ ଠିକ୍‌ଭାବେ ଖାଇବାକୁ ମଧ୍ୟ ପାଉନାହାନ୍ତି। ଓଡ଼ିଶା ସରକାର ସେମାନଙ୍କୁ ଉଦ୍ଧାର କରିବା ପାଇଁ ଶ୍ରମିକମାନେ ଏକ ଭିଡିଓ ମାଧ୍ୟମରେ ନିବେଦନ କରିଛନ୍ତି। ଏହି ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ମଧ୍ୟ ଘୂରି ବୁଲୁଛି।