ତାମିଲନାଡୁରୁ ଅପହୃତା ନାବାଳିକା ଉଦ୍ଧାର

ରୂପ୍‌ସା, ୨୬।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ଥାନା ପରିକ୍ଷୀ ଫାଣ୍ଡି ଅଞ୍ଚଳର ଜଣେ ଅପହୃତା ନାବାଳିକାଙ୍କୁ ପୋଲିସ ତାମିଲନାଡୁରୁ ଉଦ୍ଧାର କରିଛି। ୧୦ଦିନ ପୂର୍ବରୁ ନାବାଳିକା ଜଣକ ଟ୍ୟୁଶନ ଯାଉଥିବା ବେଳେ କମର୍ଦ୍ଦା ଥାନା ଅଞ୍ଚଳର ଯୁବକ ବିବେକ ବେହେରା ଅପହରଣ କରିନେଇଥିବା ଅଭିଯୋଗ ହୋଇଥିଲା। ଏନେଇ ଥାନାରେ ଏକ ମାମଲା (ନଂ. ୩୭୮/୧୯) ରୁଜୁ କରି ପୋଲିସ ତଦନ୍ତ ଜାରି କରିଥିଲା। ଫାଣ୍ଡି ଅଧିକାରୀ ଉମାକାନ୍ତ ଧଳ ତାମିଲନାଡୁର ପଲାଚୀ ଜିଲା ଗୋମଙ୍ଗଲ ଥାନା ଅଞ୍ଚଳରେ ଚଢ଼ାଉ କରି ଅପହୃତା ନାବାଳିକାଙ୍କୁ ଉଦ୍ଧାର କରିବାରେ ସମର୍ଥ ହୋଇଥିଲେ। ଉଦ୍ଧାର ନାବାଳିକାଙ୍କୁ ବୁଧବାର ମେଡ଼ିକାଲରେ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା ପୂର୍ବକ କୋର୍ଟରେ ହାଜର କରାଯାଇ ବୟାନ ରେକର୍ଡ଼ ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।