ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ : ମୃତଦେହ ଆଣିବା ନେଇ ଚିନ୍ତାରେ ପରିବାର

ଦାରିଙ୍ଗବାଡ଼ି,୫।୧୦(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତାଜୁଙ୍ଗିଆ ପଞ୍ଚାୟତ ସିକରମାହା ଗ୍ରାମର ଜଣେ ଓଡ଼ିଆ ଶ୍ରମିକଙ୍କ ତାମିଲନାଡୁରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଯୁବକ ହେଲେ ସୁମନ୍ତ ପ୍ରଧାନ। ତାଙ୍କର ଗୋଟିଏ ସନ୍ତାନ ରହିଥିବା ବେଳେ ସ୍ତ୍ରୀ ଶାନ୍ତି ଜଣେ ଆଶାକର୍ମୀ ଭାବେ ସିକରମାହା ଅଞ୍ଚଳରେ କାର୍ଯ୍ୟ କରୁଛନ୍ତ। ଶନିବାର ଅପରାହ୍ନ ୩ଟାରେ ସୁମନ୍ତ ଛାତରୁ ଖସିପଡ଼ିଥିବା ଖବର ପହଞ୍ଚିବା ପରେ ଅପରାହ୍ନ ୪ଟାରେ ମୃତ୍ୟୁ ହୋଇଥିବା ଖବର ପହଞ୍ଚିଥିଲା। ଏନେଇ ପରିବାର ଲୋକେ ଚିନ୍ତାରେ ରହିଛନ୍ତି। ଆର୍ଥତ୍କ ପରିସ୍ଥିତି ଭଲ ନ ଥିବା ବେଳେ ସୁମନ୍ତ କାମଧନ୍ଦା ପାଇଁ ଗତ ୩ ମାସ ହେଲା ତାମିଲନାଡ଼ୁ ଯାଇଥିଲେ। ସେଠାରେ ପ୍ରକୃତରେ କିଭଳି ମୃତ୍ୟୁ ଘଟିଛି ସେନେଇ ସ୍ପଷ୍ଟ ଜଣା ପଡ଼ି ନ ଥିବା ସରପଞ୍ଚ ସିବାଜିନୀ ମୁଠାମାଝି କହିଛନ୍ତି। ସେ ଏନେଇ ଜିଲା ପ୍ରଶାସନ ସହ ଆଲୋଚନା କରିବେ ବୋଲି କହିଛନ୍ତି। ପୂର୍ବତନ ସରପଞ୍ଚ ଜୋହନ ମୁଠାମାଝି କହିଛନ୍ତି ଯେ, ସୁମନ୍ତଙ୍କ ମୃତଦେହକୁ ନିଜ ଗ୍ରାମକୁ ଆଣିବା ପାଇଁ ପ୍ରଶାସନର ସହାୟତା ଜରୁରୀ ଅଟେ। ଏନେଇ ବିଡିଓ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇଙ୍କ ସହ ଯୋଗାଯୋଗ କରାଯିବାରୁ ସେ ଏହା ଜିଲା ଶ୍ରମ ଅଧିକାରୀଙ୍କ ଅଧୀନରେ। ସେଠାରେ ଶ୍ରମିକମାନଙ୍କ ପଞ୍ଜିକରଣ ହୋଇଥିଲେ ପଦକ୍ଷେପ ନେଇପାରିବେ।

Share