ତାମିଲନାଡୁରେ ଜୁନ୍‌ ୩୦ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌

ନୂଆଦିଲ୍ଲୀ,୩୧।୫: ପଞ୍ଜାବ ପରେ ତାମିଲନାଡୁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ସମୟସୀମାକୁ ଜୁନ୍‌ ୩୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ତାମିଲନାଡୁରେ ସମସ୍ତ ଜିଲାକୁ ୮ଟି ଜୋନ୍‌ରେ ବିଭକ୍ତ କରାଯାଇଛି। କାଞ୍ଚିପୁରମ୍‌, ଚେଙ୍ଗଲାପଟ୍ଟୁ ଏବଂ ତେରୁବଲ୍ଲୁରର ୭ଟି ଜୋନ୍‌ ତଥା ଚେନ୍ନାଇର ୮ଟି ଜୋନ୍‌ରେ ବସ୍‌ ଚଳାଚଳ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଛନ୍ତି। ଏହା ପୂର୍ବରୁ ପଶ୍ଚିମବଙ୍ଗ ଏବଂ ମଧ୍ୟପ୍ରଦେଶ ସରକାର ଲକ୍‌ଡାଉନ୍‌ ସମୟସୀମାକୁ ଜୁନ୍‌ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଥିବାବେଳେ ପଞ୍ଜାବ ସରକାର ଜୁନ୍‌ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ସମୟସୀମା ବଢ଼ାଇଥିଲେ। ଦେଶର ୨୮ ରାଜ୍ୟ ଏବଂ ୭ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ଭୂତାଣୁ ସଂକ୍ରମଣ ଜାରି ରହିଥିବାବେଳେ ସୁରକ୍ଷା ଦୃଷ୍ଟିରୁ କେତେକ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ସମୟସୀମାକୁ ବଢ଼ାଇ ଦିଆଯାଇଛି।

Share