Categories: ଜାତୀୟ

ତାମିଲନାଡୁରେ ପ୍ରବଳ ବର୍ଷା: ୫ ମୃତ

ଚେନ୍ନାଇ,୨ା୧୨: ତାମିଲନାଡୁରେ ଦୁଇଦିନ ହେଲା ପ୍ରବଳ ବର୍ଷା ଲାଗିରହିଥିବାବେଳେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ଦୁଇଦିନ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଥିସହିତ ୬ଟି ଜିଲା ଥିରୁଭାଲୁର, ଭେଲୋର, ଥିରୁଭନମାଲାଇ, ଥୁଥୁକ୍କୁଡି, ରାମନାଥପୁରମ୍‌ ଏବଂ ତିରୁନେଲଭେଲିରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଲାକ୍ଷାଦ୍ୱୀପ ନିକଟରେ ଲଘୁଚାପ ଯୋଗୁ ଦୁଇଦିନ ହେଲା ବର୍ଷା ଲାଗିରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଥୁଥୁକ୍କୁଡି ଜିଲାର ସଥକୁଲମ ସହରରେ ସର୍ବାଧିକ ୧୯ ସେଣ୍ଟିମିଟର ବର୍ଷା ହୋଇଛି। ସୋମବାର ସ୍କୁଲ ଛୁଟି ରଖିବାକୁ ପୁଡୁଚେରି ସରକାର ଘୋଷଣା କରିଛନ୍ତି। ପ୍ରବଳ ବର୍ଷା ଯୋଗୁ ଚେନ୍ନାଇର ସହରତଳି ଅଞ୍ଚଳଗୁଡିକ ଜଳାର୍ଣ୍ଣବ ହୋଇଯାଇଛି। ଚେନ୍ନାଇ ଉପକଣ୍ଠର ଶତାଧିକ ଘରେ ପାଣି ପଶିଛି। ଘରୁ ବର୍ଷାଜଳ ନିଷ୍କାସନ ପାଇଁ ସିଟି କର୍ପୋରେଶନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।

Share