ତାମିଲନାଡୁରେ ଫସି ରହିଛନ୍ତି ୧୮ ଦାଦନ ଶ୍ରମିକ

ଖପ୍ରାଖୋଲ, ୩୦ା୩(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳର ୧୮ଜଣ ଦାଦନ ଶ୍ରମିକ ପରିବାର ତାମିଲନାଡୁର ତିରିପୁରରେ ଫସି ରହିଛନ୍ତି। ସେମାନେ ତିରିପୁରର ଏକ ଟେକ୍ସଟାଇଲ କାରଖାନାରେ କାମ କରୁଥିଲେ । ହେଲେ ଲକ୍‌ଡାଉନ ଯୋଗୁଁ ସେମାନେ ଘରକୁ ଫେରି ନ ପାରି ସେଠାରେ ଅଟକି ରହିଛନ୍ତି। ଏକ ଭିଡିଓ ଯୋଗେ ଉଦ୍ଧାର ପାଇଁ ସେମାନେ ଆକୁଳ ନିବେଦନ କରିଛନ୍ତି। ଏ ନେଇ ଜିଲା ଶ୍ରମ ଅଧିକାରୀ ସୁରେଶ କୁମାର ବେହେରାଙ୍କୁ ପଚାରିବାରୁ ଶ୍ରମିକମାନେ ସେଠାରେ ଅଟଳି ରହିଥିବା ସୂଚନା ମିଳିଛି । ସେମାନଙ୍କୁ ଉଦ୍ଧାର ପାଇଁ ଯୋଗାଯୋଗ କରାଯାଇଛି ବୋଲି କହିଛନ୍ତି।

Share