ନୂଆଦିଲ୍ଲୀ,୨୬ା୬(ପି.ଟି.): ତାମିଲନାଡୁର ୬ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଆସନ୍ତା ୧୮ ତାରିଖରେ ଅନୁଷ୍ଠିତ ହେବ। ଏଥିଲାଗି ଜୁଲାଇ ୧ରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ମଙ୍ଗଳବାର ନିର୍ବାଚନ କମିଶନ (ଇସି)ଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଜୁଲାଇ ୨୪ରେ ତାମିଲନାଡ଼ୁର ୬ ରାଜ୍ୟ ସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେବ। ଡିଏମ୍କେ ନେତ୍ରୀ କାନିମୋଝି ନିକଟରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନରେ ବିଜୟୀ ହୋଇଥିବାରୁ ଉଚ୍ଚ ସଦନରୁ ଇସ୍ତଫା ଦେଇଛନ୍ତି। ସେହିପରି ସିପିଆଇର ଡି. ରାଜାଙ୍କ ସମେତ ଏଆଇଏଡିଏମ୍କେର ଆର୍. ଲକ୍ଷ୍ମଣନ୍, କେ.ଆର୍. ଅଜୁର୍ନନ୍, ଭି. ମୈତ୍ରେୟନ୍ ଏବଂ ଟି. ରଥିନାଭେଲ୍ଙ୍କ ଆସନ ମଧ୍ୟ ଖାଲି ପଡ଼ିବ।