ତାମିଲନାଡୁ, କେରଳରୁ ଫେରିଲେ ୧୩୬

ଶଙ୍କରାଖୋଲ,୪ା୬(ଡି.ଏନ୍‌.ଏ.)- ତାମିଲନାଡୁ, କେରଳରୁ ୧୩୬ ପ୍ରବାସୀ ଓଡ଼ିଆ ଗୁରୁବାର କନ୍ଧମାଳ ଫେରିଛନ୍ତି। ବ୍ରହ୍ମପୁରରେ ଟ୍ରେନରୁ ଓହ୍ଲାଇ ବସ୍‌ ଯୋଗେ ଜିଲାକୁ ଆସିଛନ୍ତି। ଏମାନେ ଦାରିଙ୍ଗବାଡି, ଟିକାବାଲି, ଜି.ଉଦୟଗିରି, ରାଇକିଆ, ଚକାପାଦ ଆଦି ଅଞ୍ଚଳର ବୋଲି ଜଣାପଡିଛି। ଚକାପାଦ ବ୍ଲକ ଶଙ୍କରାଖୋଲ ହାଇସ୍କୁଲ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ୫୧ଜଣ, ଶଙ୍କରାଖୋଲ କଲେଜ ସଙ୍ଗରୋଧରେ ୭୬ ଜଣ ଓ ୯ଜଣ ମହିଳାଙ୍କୁ ଆରାବାକା ପଞ୍ଚାୟତ କାବାଲାଗଁା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି। ବ୍ରାହ୍ମଣପାଦ ଡାକ୍ତରୀ ଟିମ୍‌ ପହଞ୍ଚତ୍ ସମସ୍ତ ପ୍ରବାସୀଙ୍କ ଥର୍ମାଲ ସ୍କ୍ରିନିଂ କରିଥିଲେ। ନୋଡାଲ ଅଫିସର ବୈରାଗୀ ଚରଣ ପ୍ରଧାନ ଓ କାମାକ୍ଷୀ ମହାପାତ୍ର କେନ୍ଦ୍ର ପରିଚାଳନା କରୁଥିବାବେଳେ ସରପଞ୍ଚ ଚିତ୍ର କହଁର, ସହକାରୀ ଯନ୍ତ୍ରୀ ପଞ୍ଚୁ ବେହେରା, ବିଡିଓ ଅନିଲ କୁମାର ପଟ୍ଟନାୟକ ତଦାରଖ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାତିଛନ୍ତି ସାଇବର ଲୁଟେରା: ପରୀକ୍ଷାରେ ପାସ କରାଇବା ପାଇଁ ଅଭିଭାବକଙ୍କୁ ଆସୁଛି ମିଥ୍ୟା କଲ୍‌

ରାଇକିଆ,୫।୧୧(ପ୍ରଦୀପ ବେହେରା):ସାଇବର ଲୁଟେରାଙ୍କ ସକ୍ରିୟତା ଦିନକୁ ଦିନ ବୃଦ୍ଧି ପାଉଛି। ଲୋକଙ୍କଠାରୁ ବିଭିନ୍ନ ଉପାୟରେ ଅର୍ଥ ଲୁଟ ପାଇଁ ଉଦ୍ୟମ କରୁଛନ୍ତି। ସୋମବାର ରାଇକିଆ ଜୀବନ...

ଅମୃତ ଭଣ୍ଡା ପତ୍ର ଉପରେ ତୁଷାରର ଧଳା ଆସ୍ତାରଣ: ଆଗକୁ ଅଧିକ ଶୀତ

ଦାରିଙ୍ଗବାଡି,୫।୧୧(ଅରୁଣ ସାହୁ): କନ୍ଧମାଳ ଜିଲାରେ ଚଳିତ ବର୍ଷ ଶୀତ ଆସିବାର ବିଳମ୍ବ ହୋଇଛି। ମାତ୍ର ଦୀପାବଳୀ ଅମାବାସ୍ୟା ଠାରୁ ଶୀତ ଆସିଛି, ଆଉ ଶୀତ ଆସିବାକ୍ଷଣି...

ଦାରିଙ୍ଗବାଡିକୁ ପର୍ଯ୍ୟଟକଙ୍କ ଭିଡ଼: ଡମ୍ପିଂୟାର୍ଡର ନଥିବାରୁ କୁଢ଼କୁଢ଼ ଆବର୍ଜନା ଦୁର୍ଗନ୍ଧରେ ନାକ ଟେକୁଛନ୍ତି…

ଦାରିଙ୍ଗବାଡି,୫।୧୧(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡିର ପର୍ଯ୍ୟଟନକ୍ଷେତ୍ର ଓ ଜଙ୍ଗଲ ଏବେ ଦୂଷିତ ପରିବେଶ ଦିଗକୁ ଗତି କରୁଛି । ପ୍ରତିଦିନ ଦାରିଙ୍ଗବାଡିକୁ...

ଆମ୍ବ ଟାକୁଆ ଜାଉ ଖାଇ ଏସ୍‌ସିବିରେ ଚିକିତ୍ସାଧୀନ ୨ ମହିଳାଙ୍କୁ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ

ଦାରିଙ୍ଗବାଡି,୪।୧୧(ଅରୁଣ ସାହୁ): ଆମ୍ବ ଟାକୁଆ ଜାଉ ଖାଇ ଏସ୍‌ସିବିରେ ଚିକିତ୍ସାଧୀନ ଥିବା ୨ ମହିଳାଙ୍କୁ ସ୍ବାସ୍ଥମନ୍ତ୍ରୀ ମୁକେଶ ମହାଲିଙ୍ଗ ଭେଟିଛନ୍ତି। ସେ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି...

ଦୁର୍ଗମ କୁଟଲାରିରେ ଗାଁରେ ନାହିଁ ମୌଳିକ ସୁବିଧା: ରାଜ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀଦେଲେ…

ଦାରିଙ୍ଗବାଡି,୪।୧୧(ଅରୁଣ ସାହୁ): ବିଏସ୍‌ଏନଏ୍‌ଲର ଅଜବ ନୀତି ଦୀର୍ଘ ଦିନ ହେଲା ମୋବାଇଲ ଟାୱାର ଠିଆ କରାଯିବା ସହ ସରଞ୍ଜାମ, ଯନ୍ତ୍ରପାତି ଖଞ୍ଜା ସରିଲାଣି ବିଦ୍ୟୁତ ପାଇଁ...

ଆମ୍ବ ଟାକୁଆ ଖାଇ ମୃତ୍ୟୁବରଣ କରିଥିବା ପରିବାକୁ ସହାୟତାର ହାତ ବଢାଇଲେ ପ୍ରତାପ

ଦାରିଙ୍ଗବାଡି, ୪।୧୧ (ଅରୁଣ ସାହୁ): କଂଗ୍ରେସ ନେତା ତଥା ସମାଜସେବୀ ପ୍ରତାପ ପ୍ରଧାନ ମାଣ୍ଡିପଙ୍କା ଗ୍ରାମରେ ପହଞ୍ଚିଛନ୍ତି। ସେଠାରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ...

ଜିଲାପାଳଙ୍କ ସୂଚନା: ମାଣ୍ଡିପଙ୍କାରେ ହେବ ସାଧାରଣ ବଣ୍ଟନ ସାମଗ୍ରୀ ଉପକେନ୍ଦ୍ର

ଦାରିଙ୍ଗବାଡ଼ି,୪ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କାରେ ଆମ୍ବ୍‌ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬ ଜଣ ଗୁରୁତର ଘଟଣାକୁ ନେଇ ସାରା...

ବିଲ୍‌ କରାଇ ଦେବା ପାଇଁ ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିଲେ ଯନ୍ତ୍ରୀ, ମାଡ଼ି ବସିଲା ଭିଜିଲାନ୍ସ

ଫୁଲବାଣୀ,୪।୧୧(ରାକେଶ କୁମାର ରାଉତ): ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କନ୍ଧମାଳ ଫିରିଙ୍ଗିଆ ବ୍ଲକର କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ପାଢୀ। ବିଲ୍‌ କରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri