ଚେନ୍ନାଇ,୨୪।୬: ତାମିଲନାଡୁ ଏବେ ଉତ୍କଟ ଜଳ ସମସ୍ୟାର ସମ୍ନା କରୁଛି। ସବୁଠାରୁ ବେଶୀ ଜଳ ସଙ୍କଟର ସାମ୍ନା କରୁଛନ୍ତି ଚେନ୍ନାଇବାସୀ। ଏହି ସମସ୍ୟାକୁ ନେଇ ଦ୍ରାଭିଡ ମୁନେତ୍ର କଡଗମ(ଡିଏମ୍କେ)ର ନେତା ଓ କର୍ମୀ ସରକାରଙ୍କ ବିରୋଧରେ ପ୍ରଦର୍ଶନ ଜାରି ରଖିଛନ୍ତି। ଏଥିରେ ଡିଏମ୍କେ ଅଧ୍ୟକ୍ଷ ଏମ୍ କେ ଷ୍ଟାଲିନ ମଧ୍ୟ ଯୋଗ ଦେଇଛନ୍ତି। ଅନ୍ୟପଟେ ଦଳର ଏମ୍ପି ଟି. ଆର୍. ବାଲୁ ମଧ୍ୟ ତାମିଲନାଡୁ ଜଳ ସଙ୍କଟକୁ ନେଇ ଲୋକ ସଭାରେ ନୋଟିସ୍ ଦେଇଛନ୍ତି। ସୂଚନାଯୋଗ୍ୟ, ଶନିବାର ଡିଏମ୍କେ ପକ୍ଷରୁ ଏହି ଜଳ ସଙ୍କଟ ସମସ୍ୟାକୁ ନେଇ ସାରା ରାଜ୍ୟରେ ବିରୋଦ ପ୍ରଦର୍ଶନ କରାଯାଇଥିଲା।