ତାମିଲନାଡୁ, ମହାରାଷ୍ଟ୍ରରେ ଫସିଛନ୍ତି ୯୦ ଶ୍ରମିକ

ବରଗଡ଼ ଅଫିସ୍,୫।୪- ଲକ୍ ଡାଉନ୍ ଯୋଗୁଁ ତାମିଲନାଡୁ ଏବଂ ମହାରାଷ୍ଟ୍ରରେ ୯୦ ଜଣ ଶ୍ରମିକ ଫସିଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ବରଗଡ଼ ଜିଲା ବିଜେପୁର ବ୍ଳକ ଅନ୍ତର୍ଗତ ବାଦିପାଲି, ସମଲେଇପଦର ଅଞ୍ଚଳର ୫୦ ଜଣ ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ଅଞ୍ଚଳର ଏକ ସୂତାମିଲରେ ଅଛନ୍ତି। ସେହିପରି ମହାରାଷ୍ଟ୍ରର ପୁନେ ଥାନା ଅନ୍ତର୍ଗତ ଉଡସେ ଅଞ୍ଚଳରେ ଅନ୍ୟ ୪୦ ଜଣ ଫସି ରହିଛନ୍ତି। ସେମାନେ ବରଗଡ଼, ବଲାଙ୍ଗୀର, କଲାହାଣ୍ଡି, ସୁନ୍ଦରଗଡ଼ ଜିଲା ଅଞ୍ଚଳର ବୋଲି ଜଣାପଡିଛି। ସେମାନେ ସେଠାରେ ଅଟକି ରହିଥିବା ଖବର ପାଇ ବରଗଡ଼ର ସାମାଜିକ କର୍ମୀ ଦିବସ କୁମାର ସାହୁ ଶନିବାର ସେଠାକାର ଜିଲାପାଳ, ଶ୍ରମ ଅଧିକାରୀଙ୍କୁ ଯୋଗାଯୋଗ କରି ସହାୟତା ପାଇଁ ନିବେଦନ କରିଥିଲେ। ଏହାପରେ ସେଠାକାର ପ୍ରଶାସନ ଶ୍ରମିକଙ୍କ ପାଖକୁ ପହଞ୍ଚି ରାଶନ ସାମଗ୍ରୀ ଯୋଗାଇ ଦେଇଥିବା ସୂଚନା ମିଳିଛି।

Share