ତାମିଲ ଫିଲ୍ମରେ ଡେବ୍ୟୁ କରିବେ ଅମିତାଭ

ମୁମ୍ବାଇ: ବଲିଉଡ୍‌ର ଶେହେନ୍ସା ନିଜର ବ୍ୟକ୍ତିତ୍ୱ ଓ ନିଷ୍ଠାପର କାର୍ଯ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ସାଉଁଟୁଥିବା ବେଳେ ପ୍ରଶଂସକ ମଧ୍ୟ ତାଙ୍କୁ ବେଶ୍‌ ପସନ୍ଦ କରନ୍ତି। ଫିଲ୍ମ ଜଗତରେ ଥିବା ଅମିତାଭ ବଚ୍ଚନଙ୍କ ଅବଦାନ ପାଇଁ ସେ ବହୁ ଗୁଡ଼ିଏ ପୁରସ୍କାରରେ ପୁରସ୍କୃତ ମଧ୍ୟ ହୋଇସାରିଛନ୍ତି। ମଙ୍ଗଳବାର ଅମିତାଭଙ୍କୁ ଭାରତର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଛି। ତେବେ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ୭୬ବର୍ଷୀୟ ବିଗ ବି ଶିଖିବା କ୍ଷେତ୍ରରେ ହେଉ ବା କୌଣସି କାର୍ଯ୍ୟର ଆରମ୍ଭ, ଏଥିପାଇଁ କୌଣସି ବୟସ ତାରତମ୍ୟ ନ ଥାଏ ବୋଲି ସୂଚାଇ ଦେଇଛନ୍ତି। ଏହି ବୟସରେ ମଧ୍ୟ ବିଗ ବି ତାମିଲ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମ ‘ସଇ ରା ନରସିମ୍‌ହା ରେଡ୍ଡୀ’ ଜରିଆରେ ଅମିତାଭ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ଅମିତାଭ ବଚ୍ଚନ ଓ ତାମିଲ ଷ୍ଟାର ଚିରଞ୍ଜିବ ନଜର ଆସିବେ। ଅମିତାଭ ଗୁରୁ ଓ ଚିରଞ୍ଜିବ ଶିଷ୍ୟ ଚରିତ୍ରରେ ନଜର ଆସିବେ। ପୂର୍ବରୁ ଏହି ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇସାରିଛି। ଯୋଦ୍ଧା ଓୟାଲାଓ୍ବାଦା ନରସିମ୍‌ହା ରେଡ୍ଡୀଙ୍କ ଜୀବନି ଉପରେ ଆଧାରିତ ହୋଇଥିବା ଏହି ଫିଲ୍ମ ଅକ୍ଟୋବର ୨ରେ ପରଦାକୁ ଆସିବ।

Share