ତାମିଲ ଫିଲ୍ମ ଅଭିନେତା ବାଲା ସିଂଙ୍କ ପରଲୋକ

ଚେନ୍ନାଇ,୨୭।୧୧: ତାମିଲ ଫିଲ୍ମ ଅଭିନେତା ବାଲା ସିଂ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ୬୭ ବର୍ଷ ବୟସ ହୋଇଥିଲା। ଗତ କିଛିଦିନ ହେବ ଜ୍ୱରରେ ପୀଡିତ ହୋଇ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବାଲାଙ୍କ ପରଲୋକରେ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି। ଶେଷଥର ପାଇଁ ଗତ ସେପ୍ଟେମ୍ବରରେ ଫିଲ୍ମ ‘ମଗାମୁନି’ରେ ନଜର ଆସିଥିଲେ। ୧୯୯୫ ମସିହାରେ ଫିଲ୍ମ ‘ଅଭତାରମ୍‌’ରୁ କ୍ୟାରିୟର ଆରମ୍ଭ କରିଥିବା ବାଲା ୧୦୦ରୁ ଊର୍ଦ୍ଧ୍ୱ ଫିଲ୍ମରେ ଅଭିନୟ କରିସାରିଥିଲେ। ସେ ନ୍ୟାଶନାଲ ସ୍କୁଲ ଅଫ୍‌ ଡ୍ରାମା ସ୍କୁଲରୁ ଅଭିନୟ ଶିକ୍ଷାଗ୍ରହଣ କରିଥିଲେ।

Share