ତାରପୁର ମହାନଦୀ ବ୍ରିଜ୍‌ରୁ ଡେଇଁ ବ୍ୟକ୍ତି ନିଖୋଜ

ରଘୁନାଥପୁର, ୫।୧୧(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ଥାନା ତାରପୁର ବାଇପାସ୍‌ ନିକଟ ମହାନଦୀ ବ୍ରିଜ୍‌ରୁ ପାଣିକୁ ଡେଇଁ ମଙ୍ଗଳବାର ସକାଳେ ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି। ତାଙ୍କ ପରିଚୟ ଜଣାପଡ଼ି ନ ଥିବା ବେଳେ ତାଙ୍କୁ ପ୍ରାୟ ୫୦ ବର୍ଷ ହେବ ବୋଲି ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି। ଖବର ପାଇ ରଘୁନାଥପୁର ଅଗ୍ନିଶମ କର୍ମଚାରୀ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳୁନାହିଁ।
ସକାଳୁ ଉକ୍ତ ବ୍ୟକ୍ତି ନଦୀ ବ୍ରିଜ୍‌ ପୂର୍ବରୁ ଥିବା ଆପ୍ରୋଚ ରୋଡ ପାର୍ଶ୍ୱରେ ସାଇକେଲ ରଖି ଶୋଇଥିଲେ। ପ୍ରାୟ ୯ଟାରେ ବ୍ରିଜ୍‌ ବାଡ଼ା ଉପରେ ଚଢ଼ି ନଦୀ ଗର୍ଭକୁ ଡେଇଁ ପଡ଼ିଥିବା ସ୍ଥାନୀୟ ଲୋକେ କହିଛନ୍ତି। ତାଙ୍କ ସାଇକେଲ ବ୍ରିଜ୍‌ ଉପରେ ଥୁଆ ହୋଇଥିବା ଦେଖିବାକୁ ମିଳୁଛି।

Share