Categories: ଫୁରସତ

ତାରରେ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି

ଦୁର୍ଗାପୂଜା ସମୟରେ ମା’ ଦୁର୍ଗାଙ୍କର ଅନେକ ପ୍ରକାରର ମୂର୍ତ୍ତି ଗଢ଼ାଯାଏ। କିଛି କାରିଗର ତ ବିଭିନ୍ନ ଉପାଦାନରେ ମା’ଙ୍କ ମୂର୍ତ୍ତି ଗଢ଼ିଥାଆନ୍ତି। ତେବେ ନିକଟରେ ଆସାମର ଧିବ୍ରୁ ଜିଲାର ଆସାମ ଷ୍ଟେଟ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟିରେ କାର୍ଯ୍ୟରତ ଅଧିବାସୀ ସଞ୍ଜୀବ ବସକ ମା’ ଦୁର୍ଗାଙ୍କର ଏମିତି ଏକ ପ୍ରତିମୂର୍ତ୍ତି ଗଢ଼ିଥିଲେ, ଯାହା ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଲା। ଉକ୍ତ ମୂର୍ତ୍ତିର ବିଶେଷତ୍ୱ ହେଉଛି, ଏହାକୁ ସେ ବିଦ୍ୟୁତ୍‌ ତାରରେ ତିଆରି କରିଛନ୍ତି। ଏଥିରେ ସୂକ୍ଷ୍ମ କାରିଗରି ଦେଖିବାକୁ ମିଳେ। ଏହାକୁ ସମ୍ପୂର୍ଣ୍ଣ କରିବାକୁ ତାଙ୍କୁ ୨ ମାସ ସମୟ ଲାଗିଥିଲା। ଏହା ଆସାମ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇବା ସହ ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ବି ସ୍ଥାନ ପାଇଛି। ଏଥିରେ ୧୬୦ କି.ଗ୍ରା. ତାର ବ୍ୟବହାର କରାଯାଇଥିଲା। ଆଉ ଏହି ତାରକୁ ସେ ରାସ୍ତାଘାଟ, ଡଷ୍ଟବିନ୍‌, ଅଳିଆଗଦା ଆଦିରୁ ସଂଗ୍ରହ କରିଥିଲେ।

Share