ତାରାଙ୍କ ପ୍ରେମରେ ସିଦ୍ଧାର୍ଥ

ମାୟାନଗରୀର କଳାକାରଙ୍କ ମଧ୍ୟରେ ରୋମାନ୍ସ ତଥା ବ୍ରେକ୍‌ଅପ୍‌ ଖବର ସବୁବେଳେ ଲାଗିରହିଥାଏ। କିଏ କାହା ସହ ଡେଟ୍‌ କଲା କିମ୍ବା କାହାର ବ୍ରେକ୍‌ଅପ୍‌ ହେଲା, ଏସବୁ ଖବର ଜାଣିବାକୁ ଦର୍ଶକଙ୍କର ରୁଚି ଅଧିକ ଥାଏ। ଏବେ ବି ଠିକ୍‌ ସେମିତି ଏକ ଖବର ବି’ଟାଉନ୍‌ଠୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏବେ ବଲିଉଡ୍‌ର ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର୍‌’ରୁ ଡେବ୍ୟୁ ଆରମ୍ଭ କରିଥିବା ସିଦ୍ଧାର୍ଥ ମାଲହୋତ୍ରା ଫିଲ୍ମ ଦ୍ୱିତୀୟ ସଂସ୍କରଣ ଅର୍ଥାତ୍‌ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର୍‌-୨’ରୁ ଡେବ୍ୟୁ କରିଥିବା ଅଭିନେତ୍ରୀ ତାରା ସୁତାରିଆଙ୍କ ରୋମାନ୍ସ କରୁଛନ୍ତି। ଉଭୟଙ୍କୁ ଅନେକ ପାର୍ଟିରେ ଏକାଠି ଦେଖିବାକୁ ମିଳିଲାଣି। କିନ୍ତୁ ଉଭୟଙ୍କ ରୋମାନ୍ସକୁ ନେଇ ଯେତିକି ଚର୍ଚ୍ଚା ହେଉନି ଅଧିକ ଚର୍ଚ୍ଚା ଚାଲିଛି ବୟସକୁ ନେଇ। କାରଣ ସିଦ୍ଧାର୍ଥ ଯେଉଁଠି ୩୪ ବର୍ଷ ବୟସର ସେଠି ତାରାଙ୍କ ବୟସ ମାତ୍ର ୨୩ ବର୍ଷ। ତାରା ଏବଂ ସିଦ୍ଧାର୍ଥ ଆଗାମୀ ଫିଲ୍ମ ମରଜାଓ୍ବାଁରେ ନଜର ଆସିବେ।

Share