ତାରାତାରିଣୀ ପୀଠରେ ଭୋକିଲା ମାଙ୍କଡ଼ଙ୍କୁ ଖାଇବାକୁ ଦେଲେ ବିଡିଓ

ପୁରୁଷୋତ୍ତମପୁର,୨୦ା୪(ଡି.ଏନ୍‌.ଏ.) : ମାରାତ୍ମକ କରୋନାକୁ ନେଇ ଲକ୍‌ଡାଉନ୍‌ ଜାରି ରହିଥିବାରୁ ଗଞ୍ଜାମ ଜିଲା ପ୍ରସିଦ୍ଧ ତାରା ତାରିଣୀଙ୍କ ପୀଠକୁ କେହି ଭକ୍ତ ଆସୁ ନାହାନ୍ତିି କିମ୍ବା କୌଣସି ଦୋକାନ ବଜାର ଖୋଲୁନାହିଁ। ଫଳରେ ଏଠାରେ ଥିବା ମାଙ୍କଡ଼ମାନେ ଦୀର୍ଘ ଏକମାସ ହେଲା ଭୋକିଲା ରହିଛନ୍ତି। ସୋମବାର ବିଡିଓ ସୀମାଞ୍ଚଳ ମହାନ୍ତି ଏହି ଭୋକିଲା ମାଙ୍କଡ଼ଙ୍କୁ ବୁଟ ଓ ବିଭିନ୍ନ ଫଳ ଖାଇବାକୁ ଦେଉଥିବା ଦେଖିବାକୁ ମିଳିଛି।