ତାରାତାରିଣୀ ପୀଠ ଖାଁ ଖାଁ: ବାସନ୍ତୀ ଦୂର୍ଗା ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରିଣୀଙ୍କ ଚତୁର୍ଥ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା ଅନୁଷ୍ଠିତ ହୋଇଛି। କରୋନା କଟକଣା ମଧ୍ୟରେ କେବଳ ରୀତିନୀତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା ହୋଇଛି। ରାତିରୁ ମନ୍ଦିର ଫିଠାଯାଇ ମା’ଙ୍କ ପୂଜାର୍ଚ୍ଚନା କରାଯାଇତିଲା। ଦୁଇ ଭଉଣୀଙ୍କୁ ବାସନ୍ତୀ ଦୂର୍ଗା ବେଶରେ ସଜ୍ଜିତ କରାଯାଇ ଥିଲା। କରୋନ କଟକଣା ପାଇଁ ଲୋକଙ୍କୁ ମନ୍ଦିର ପ୍ରବେଶ ବାରଣ ହୋଇଥିଲା। ମନ୍ଦିରନିର୍ବାହୀ ଅଧିକାରୀ ତତ୍ତ୍ୱାବଧାନରେ ପରିଚାଳନା କରାଯାଇଛି। ତେବେ କରୋନା କଟକଣା ପାଇଁ ମା’ଙ୍କ ପୀଠ ଖାଁ ଖାଁ ହୋଇଯାଇଛି।

Share