ତାଲାବନ୍ଦ, ମୁଁ ଏବଂ ମୋ ପରିବାର

ଡ.ଅମିୟ କୁମାର ମହାପାତ୍ର

କ୍‌ଡାଉନ୍‌ ବା ତାଲାବନ୍ଦର ଆଉ ଏକ ନୀରବ ସା । ସାରା ବିଶ୍ବରେ କରୋନାର ଅଭିଯାନ ଏବଂ ଉତ୍ପାତର ବ୍ୟାପକତା ସତେ ଯେମିତି ମାନବ ଜାତି ଡାଇନୋଶରପ୍ରାୟ ବିଲୁପ୍ତର ଦ୍ୱାର ଦେଶରେ। ଏହା ଇତିହାସର ପୁନରାବୃତ୍ତି ନୁହେଁ ତ? ଏମିତି ଭାବୁ ଭାବୁ କରୋନାଗତ ବିଶ୍ୱ ସମାଚାର ଜାଣିବା ପାଇଁ ଦୂରଦର୍ଶନ ଚଲେଇଲି। ଅନ୍ୟମନସ୍କ ହୋଇ ଟିକେ ଚାହା ପିଇବାକୁ ଆଗ୍ରହ କଲି। ତତ୍‌କ୍ଷଣାତ ମୋର ଧର୍ମ ପତ୍ନୀ ଗର ଗର ହୋଇ କହିଲେ, ଆଜି ଚା’ ମିଳିବ ନାହିଁ ।
ଘରେ ମହଜୁଦଥିବା କ୍ଷୀର ପ୍ୟାକେଟ କେବେଠୁ ସରିଗଲାଣି । ଦି’ଟା କିଲିକିଆ ଡବା ବାଲା ଅମୁଲ ସ୍ପ୍ରେ ସରିଆସିଲାଣି। ଘରେ ବସି ବସି ଖାଇଲେ ସବୁ ସରିଯିବ। ଆଉ ଟିକିଏ ଅଛି, ପୁଅ କ’ଣ ଖାଇବ ? ତମେ ତ ଜାଣିଛ କ୍ଷୀର ଏବଂ ବିସ୍କୁଟ ତା’ର ଭାରି ପ୍ରିୟ। କଥା ନ ସରୁଣୁ, ମୋ ଝିଅ ଦୌଡ଼ି ଆସି କହିଲା, ବାପା! ସତରେ ଆଜି ଚା’ ମିଳିବନି । ମୋ ଛୋଟ ଭାଇଟା କ’ଣ ଭୋକରେ ରହିବ? ଯଦି ଦରକାର ଗ୍ରୀନ୍‌ ଟି ପିଉନ।
ମା’ ଏବଂ ଝିଅଙ୍କ ଆକ୍ରୋଶ ଦେଖି, ଟିଭିରେ ଦେଉଥିବା କରୋନାର ଭୟାବହତା ଦେଖିବାକୁ ଚେଷ୍ଟା କରି ବିଫଳ ହେଲି । ପ୍ରବଚନ ଦେବା ଆରମ୍ଭ ହେଲା – ଏଟା ନାହିଁ ସେଟା ନାହିଁ, ୨୦ ଦିନ ତଳୁ ଯାହା ଜିନିଷ ଆଣିଥିଲ ତାହା ସରି ଆସିଲାଣି । ଲକ୍‌ଡାଉନ୍‌ର ମିଆଦ ଆହୁରି ବଢିଲାଣି। ଆମେ କ’ଣ ପାଣି ପିଇ ବଞ୍ଚିବୁ ?
ଲକ୍‌ଡାଉନ୍‌ ହେବା ପୂର୍ବରୁ ଘର ଭରିକି ଜିନିଷ ପତ୍ର ଆସିଥିଲା, ତା’ ପରେ ଜୀବନକୁ ବାଜି ଲଗେଇ ଆଉ ଦୁଇଥର ସଉଦାପତ୍ର ଆଣି ଦେଇ ସାରିଲିଣି । ଦେଖିବାକୁ ଗଲେ ଦୁଇ ମାସର ସଉଦା ଆସିଛି । ହେଲେ କ’ଣ ହବ, ପାନରୁ ତ ଚୂନ ଖସିବ ନାହିଁ। କେତେ ବୁଝାଇଲି ଲକ୍‌ଡାଉନ୍‌ କରାଯାଇଛି ଲୋକଙ୍କୁ ବଞ୍ଚାଇବା ପାଇଁ। ତାକୁ ପାଳନ କରିବା ଦରକାର, ସମ୍ମାନ ଦେବା ଦରକାର।
ଘରେ ଯାହା ଅଛି ସେଇଥିରେ ଚଳିବାକୁ ପଡିବ।
ଆମେ ଶିକ୍ଷିତ ଲୋକ ଯଦି ଏପରି ହେବା ସାଧାରଣ ଗରିବ ଲୋକମାନେ କ’ଣ କରିବେ?
ଆର ଦିନ ସକାଳ ହେଲା। ତରବର ହୋଇ ନିତ୍ୟକର୍ମସାରି ମୁଁ ବଡ ସନ୍ତର୍ପଣରେ ଘରୁ ବାହାରିଲି। ବାହାରକୁ ଯିବା ମାନେ ସଂକ୍ରମିତ ହୋଇ ମରିବାଟା ପକା, ନ ଗଲେ ଘରେ ରହି ତାଡ଼ନା ଖାଇ ମରି ଜିଇବାଟା ବି ପକା, ହଉ ଯାହା ହବ ଦେଖାଯିବ । ଗାଡ଼ି ଚାବି ନେଇ ଘର କବାଟ ଖୋଲିଲା ବେଳକୁ ମୋ ହାତକୁ ଏକ ଲମ୍ବାଚିଠା ଆସିଗଲା। ଚିଠା ତ ନୁହଁ ଏକ ଛୋଟ ଦୋକାନର ବିକ୍ରି ପାଇଁ ଲିଷ୍ଟ । ରାଗ ତମ ତମ ହୋଇ ମୁଁ ଏପଟ ସେପଟ ହେଲି । ଦରକାରୀ ଏବଂ ଉପଭୋଗ୍ୟ ସାମଗ୍ରୀର ଏଠାରେ କିଛି ପାର୍ଥକ୍ୟ ନ ଥିଲା। ରୀତିମତ ଭାବରେ ମୋତେ ମାରିବାକୁ ବାହାରକୁ ପଠୋଉଚ। ହଉ ହେଲା ମୋର ମରିବାରେ ଯଦି ତୁମେମାନେ ଖୁସି, ମୁଁ ନିଶ୍ଚିତ ମରିବାକୁ ଯିବି। କିଛି ଭାବିବାର ନାହିଁ। ରୋଷେଇ ଘରୁ ସେଇ ଚିର ପରିଚିତ କର୍କଶ ସ୍ବର ଯଦି ମରିବାକୁ ଭୟ ନାହିଁ, ତାହାଲେ ଅସୁରଙ୍କ ଭଳି ଚିଲଉଚ କାହିଁକି ?
ପାଖରେ ବସି ପାଠ ପଢୁଥିବା ମୋ ଝିଅ ତଡକାରେ ଛୁଙ୍କ ମାରିବାକୁ ଯାଇ କହିଲା ବାହାରକୁ ଯିବ ତ ଅନ୍ୟ ଲୋକଙ୍କ ପରି ମାସ୍କ ଆଉ ଗ୍ଲୋବ୍ସ ପିନ୍ଧି କି ଯାଅ। ସଂକ୍ରମଣର ଡର ତ ରହିବ, ଅଧିକ ଆଣ କି କମ୍‌ ଆଣ ! କେବଳ କିଣାକିଣିରେ ଟିକିଏ ଅଧିକ ସମୟ ଲାଗିବ । ଏକଥା ଶୁଣିଲା ପରେ ଦୃଢ଼ ନିଶ୍ଚିତ ହେଲି କି ମୋତେ ଯମାଳୟକୁ ପଠାଇବା ପାଇଁ ଏହା ଏକ ଯୋଜନାବଦ୍ଧ ଚକ୍ରାନ୍ତ । ଗାଡିରେ ବସି ମାସ୍କ ପିନ୍ଧି, ଗାଡିରେ ରଖିଥିବା ସାନିଟାଇଜରକୁ ହାତରେ ଲଗାଇ ମୋର ଗନ୍ତବ୍ୟ ଷ୍ଟୋର ଅଭିମୁଖେ ଯାତ୍ରା କଲି।
ଜନବହୁଳ ବଜାର ଆଜି ପୂରା ନିର୍ଜନ, ଚାରିଆଡେ ଖାଁ ଖାଁ। ଦୋକାନର ଦ୍ୱାରଦେଶରେ ପାଦଦେବା ପୂର୍ବରୁ ଘରୁ ଫୋନ ଆସିଲା ଯାହା ଯାହା ଲେଖା ହୋଇଛି ଓ ଯେଉଁ ବ୍ରାଣ୍ଡ୍‌ର ଲେଖା ହୋଇଛି ସବୁ ନେଇ ଆସିବ । ମନରେ ମୋର ଆଦୌ ରାଗ ନ ଥିଲା କାରଣ ବହୁ ଆଗରୁ ରାଗ ମରିଗଲାଣି। ମୋର ଆତ୍ମା, ଦସ୍ୟୁ ରତ୍ନାକର ହୋଇ ଭିତରେ ଭିତରେ ଚିତ୍କାର କରୁଥିଲା। ହେଲେ କେହି ଶୁଣିବାକୁ ନ ଥିଲେ, କେବଳ କରୋନାର ଅଟ୍ଟହାସ୍ୟ ଶୁଭୁଥିଲା ଚତୁର୍ଦିଗରେ।
ଭାବୁଥିଲି ଦେଶ ପାଇଁ କାମ କରି ଜୀବନ ଦେଉଥିବା ଲୋକେ ଶହୀଦ ହେବେ,ମୁଁ ବି ମୋର ପରିବାର ପାଇଁ ଜୀବନ ଦେଇ ଆଜି ଶହୀଦ ହେବି।
ଷ୍ଟୋର ଟିକେ ଭିଡ ଥିଲା, ମୋ ଭଳି କେତେ ଲୋକ ଶହୀଦ ହେବା ପାଇଁ ଆସିଛନ୍ତି । ମାସ୍କ ବନ୍ଧା ହୋଇଛି ହେଲେ ମୁହଁ ଖୋଲା। ସଙ୍ଗରୋଧ ତ ବହୁତ ଦୂରର କଥା , ଠେଲାପେଲା ହୋଇ ଜିନିଷ କିଣୁଛନ୍ତି ।ଦୀର୍ଘ ଦୁଇ ଘଣ୍ଟାର ସଂଘର୍ଷ ପରେ ଚିଠାରେ ଲେଖାଯାଇଥିବା ଜିନିଷଗୁଡିକ ଏକାଠି କରି ଗାଡ଼ିରେ ଲୋଡ କରି ଗୃହ ଅଭିମୁଖେ ପ୍ରତ୍ୟାବର୍ତ୍ତନ କଲି। ସବୁ ଜିନିଷକୁ ପାଞ୍ଚ ଛଅ ଥରରେ ଆଣି ଘରର ଏକ ନିର୍ଦ୍ଦିଷ୍ଟ କୋଣରେ ରଖିଲି। ସବୁ ଜିନିଷକୁ ଡେଟଲ ପାଣିରେ ପୋଛି, ତା’ ଉପରେ ଏକ ଚଦର ଘୋଡେଇ ୩ ଦିନ ପାଇଁ ଅଲଗା ରଖାଗଲା ।
ଏ ସବୁ କର୍ମ ସାରି ଗାଧୋଇବାକୁ ଗଲା ବେଳକୁ ଦିନ ଦୁଇଟା ଓ ଖାଉ ଖାଉ ତିନିଟା ବାଜିଗଲା। ମନ ଭିତରେ କରୋନାର ଭୟ।
ଖାଇବାଟା ସ୍ବାଦିଷ୍ଟ ନ ହୋଇଥିଲେ ମଧ୍ୟ କିଛି ନ କହି ଗାଉଁ ଗାଉଁ କରି ଖାଇ ଯାଉଥିଲି।
ହଇହେ ! ରାଗୁଛ କାହିଁକି ? ତମେ ଯଦି ସଂକ୍ରମିତ ହେବ ଆମେ ବି ହେବୁ । ଆମେ ଜାଣିଛୁ, ତୁମେ ସବୁ ପ୍ରକାର ପ୍ରତିକାର ଏବଂ ସାବଧାନ ପରଖ, ସେଇଥି ପାଇଁ ତୁମକୁ ବାଧ୍ୟ କଲୁ। ତମର କିଛି ହୋଇଗଲେ ଆମେ ବି ତମ ସହ ଯାତ୍ରୀ ହେବୁ । ଯାହାହେଉ ସବୁ ଜିନିଷ ଆସିଗଲା, ଆସନ୍ତା ଦୁଇ ମାସ ପାଇଁ ଆଉ କିଛି ଚିନ୍ତା ନାହିଁ।
ରାତି ପ୍ରାୟ ଆଠଟା। ପୁନର୍ବାର ଶୁଣାଗଲା ହେ ଶୁଣୁଛ ! ସୁଦୂର ବିଦେଶରେ ରହୁଥିବା ତୁମର ଘନିଷ୍ଠ ବନ୍ଧୁ କେବେଠୁ ଗୋଟାଏ ବିଲାତି ସୁରା ଫ୍ରାନ୍ସରୁ ଆଣି ଦେଇଥିଲେ। ଭାବୁଛି ଘରତିଆରି ସାନିଟାଇଜର ବନେଇ ଦେବି । ତା’ପରେ ଏକ ଗ୍ଲାସରେ କିଛି ସୁରା ପାଣି ସହିତ ମିଶାଇ ମୋ ଆଡକୁ ବଢାଇ ଦେଇ କହିଲେ ଟିକେ ଚାଖି ଦେଖ ଠିକ୍‌ ଅଛି କି ନାହିଁ। ମଳୁ ଖୋଜିବାକୁ ବଇଦ ବତାଇବାକୁ । ଶୁଣିବାକୁ ପାଇଥିଲି ମଦ ଟିକେ ପିଇଲେ କୁଆଡେ କରୋନା ଆକ୍ରାନ୍ତ କରେ ନାହିଁ । ମରିବାର ଭୟରୁ ରକ୍ଷାପାଇବାକୁ ହେଉ ବା ନିଜର ଖୁସି ପାଇଁ ହେଉ , ସଙ୍କୋଚର ସହିତ ଗ୍ଲାସକୁ ଅତି ସନ୍ତର୍ପଣରେ ଧରି ଏକା ଥରକେ କଣ୍ଠସ୍ଥ କଲି । ମୁଁ ଆତ୍ମତୃପ୍ତି ପାଇଲି ଯେ କରୋନା ଆଉ ମୋତେ ଆକ୍ରାନ୍ତ କରିବ ନାହିଁ କି ମୁଁ ମଧ୍ୟ ମରିବି ନାହିଁ ।

ଦ୍ୱାରକା, ନୂଆଦିଲ୍ଲୀ
ମୋ:୮୩୮୩୦୬୨୬୬୧


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଶାନ୍ତି ପାଇଁ ଆଶା

ପୃଥିବୀ ଶାନ୍ତିମୟ ସେତେବେଳେ ହେବ, ଯେତେବେଳେ ପୃଥିବୀରେ ରହୁଥିବା ସବୁ ଲୋକ ଶାନ୍ତିରେ ରହିବେ। କେତେବେଳେ ଜଣେ ଖୁସି ହେବେ? ଯେତେବେଳେ ଲୋକେ ଉତ୍ତେଜନା ମୁକ୍ତ...

ପରିଧାନ ଓ ବ୍ୟକ୍ତିତ୍ୱ

ବର୍ଣ୍ଣାଡ ଶଙ୍କ ସମ୍ମାନାର୍ଥେ ଏକ ବ୍ରିଟିଶ୍‌ କ୍ଲବରେ ଭୋଜିର ଆୟୋଜନ କରାଯାଇଥାଏ। ସେହି କ୍ଲବରେ ପ୍ରବେଶକାରୀଙ୍କ ପାଇଁ ସୁଟ୍‌ ଓ ଟାଇ ପିନ୍ଧିବା ଏକ ବାଧ୍ୟତାମୂଳକ...

ଉଚିତ ପଦକ୍ଷେପ

ଅଭିନେତ୍ରୀ ତଥା ମଡେଲ କାଦମ୍ବରୀ ଜେଟ୍‌ୱାନୀଙ୍କ ଅନୁଚିତ ଗିରଫଦାରିକୁ ନେଇ ଆନ୍ଧ୍ରପ୍ରଦେଶର ତିନିଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା କ୍ଷମତାର ଅପବ୍ୟବହାର...

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri