ତାଲା ପଡ଼ିଛି ସେଲୁନ, ପରିବାର ପୋଷଣ ଚିନ୍ତାରେ ଦୋକାନୀ

ଲାଠୋର, ୨୦।୪ ((ଡି.ଏନ.ଏ.): ସାରା ଦେଶରେ ଲକଡାଉନ ଘୋଷଣା ଜାରି ରହିଛି। ଏଣୁ ଗରିବ ପରିବାର ନିଜର ଜୀବିକା ହରାଇ ଘରେ ବସିଛନ୍ତି। ପରିବାର ପୋଷିବାକୁ ସମସ୍ତେ ଚିନ୍ତାରେ। ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ୍‌ ଲାଠୋରରେ ସେଲୁନ କରି ଜୀବିକା ନିର୍ବାହ କରୁଥିବା ଦୋକାନୀମାନେ ମଧ୍ୟ ପରିବାର ଚଳାଇବା ଚିନ୍ତାରେ ପଡ଼ିଛନ୍ତି। ଲାଠୋରରେ ୧୨ଟି ସେଲୁନ ଦେକାନ ରହିଛି। ହେଲେ କରୋନାର ଭୟବହତା ଯୋଗୁ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାରୁ ସେଲୁନ ଦୋକାନ ମଧ୍ୟ ମଧ୍ୟ ବନ୍ଦ ରହିଛି। ଏଣୁ ଏମାନଙ୍କ ରୋଜଗାର ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି। ସେଲୁନ କରିଥିବା ଭକ୍ତ ବାରିକ, ବରୁଣ ବାରିକ, ଦେବରାଜ ବାରିକ, ପ୍ରକାଶ ବାରିକ, ଉଦେରାମ ପସାୟତ, ବନମାଳି ବାରିକ ପ୍ରମୁଖ କହିଛନ୍ତି ସେ ସରକାର ସମସ୍ତଙ୍କୁ ସହାୟତା ଦେଉଛନ୍ତି। ହେଲେ ସେଲୁନ କରିଥିବା ଦୋକାନୀ ସରକାରଙ୍କ ନଜରକୁ ଆସି ପାରୁ ନାହାନ୍ତି। ଏଣୁ ସେମାନଙ୍କ ଲାଗି ମଧ୍ୟ ସହାୟତା ଦିଆଯାଉ ବୋଲି ଦାବି କରିଛନ୍ତି।

Share