ତାଲା ଭାଙ୍ଗି ୫୦ ହଜାର ଟଙ୍କାର ପୋଷାକ ଚୋରି

କେନ୍ଦୁଝର/ରାଇସୁଆଁ, ୧୭ା୫ (ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ସଦର ଥାନା ଅଞ୍ଚଳରେ ଚୋର ମାନଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଶନିବାର ବିଳମ୍ବିତ ରାତିରେ ମହାଦେଇଯୋଡ଼ା ଓଡ଼ିଶା ଗ୍ରାମ୍ୟବ୍ୟାଙ୍କରୁ କେହି ଦୁର୍ବୃତ୍ତ କବାଟ ତାଲା ଭାଙ୍ଗି ଚୋରି କରିବା ଉଦ୍ୟମ ବିଫଳ ହେବା ପରେ ମହାଦେଇଯୋଡ଼ା ଛକ ନିକଟରେ ଥିବା ଅରୁଣ କୁମାର ଦାସ ନାମକ ଜଣେ କ୍ଷୁଦ୍ର ଲୁଗା ବ୍ୟବସାୟୀଙ୍କ ଦୋକାନରୁ ତାଲା ଭାଙ୍ଗି ଅନେକ ଦାମୀ ଲୁଗା, ଜିନ୍ସ ପ୍ୟାଣ୍ଟ, ଚପଲ ୫୦ହଜାର ଟଙ୍କାର ଚୋରି କରି ନେଇଛନ୍ତି। ସକାଳେ ସମ୍ପୃକ୍ତ ବ୍ୟବସାୟୀ ଦୋକାନ ଖୋଲିବାକୁ ଆସିଲାବେଳେ ଦୋକାନ କବାଟ ତାଲା ଭାଙ୍ଗି ଦୁର୍ବୁତ୍ତମାନେ ଜିନିଷ ଚୋରି କରି ନେଇ ଯାଇଥିବା ଜାଣିବାକୁ ପାଇଥିଲେ। ଏବିଷୟରେ ସଦର ଥାନା ଅଧିକାରୀ ଜୟ ନାରାୟଣ ଖଣ୍ତେଇଙ୍କୁ ଖବର ଦେବାରୁ କେନ୍ଦୁଝର ଡିଏସପି ଇନ୍ଦୁରେଖା ଓ ପୋଲିସ ଟିମ ସହ ପୋଲିସ ସାଇଣ୍ଟିଫିକ ଓ ସନ୍ଧାନୀ କୁକୁର ଆଣି ତଦନ୍ତ କରିଥିଲେ।

Share