ତାଲିବାନ ଆତଙ୍କବାଦୀଙ୍କୁ ତାଲିମ୍‌ ଦେଇଥିଲା ପାକିସ୍ତାନ: ମୁଶରଫ୍‌

ଇସଲାମାବାଦ୍‌,୧୪।୧୧: ତାଲିବାନ ଆତଙ୍କବାଦୀଙ୍କୁ ପାକିସ୍ତାନରେ ତାଲିମ୍‌ ମିଳିଥିଲା। ଏନେଇ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜେନେରାଲ ପରଭେଜ୍‌ ମୁଶରଫ୍‌ ପ୍ରକାଶ କରିଛନ୍ତି। ଭାରତୀୟ ସେନାଙ୍କ ସହିତ ଲଢ଼ିବା ପାଇଁ କଶ୍ମୀର ଯୁବକଙ୍କୁ ପାକିସ୍ତାନ ତାଲିମ୍‌ ଦେଉଥିବା ସେ କହିଛନ୍ତି। ଓସାମ୍‌ ବିନ୍‌ ଲାଡ଼େନ୍‌ ଏବଂ ଜଲାଲୁଦ୍ଦିନ୍‌ ହକ୍କାନୀଙ୍କ ଭଳି ଆତଙ୍କବାଦୀଙ୍କୁ ପାକିସ୍ତାନରେ ହିରୋ କୁହାଯାଉଥିବା ମୁଶରଫ୍‌ କହିଛନ୍ତି। ୮୦ ଦଶକରେ ହିରୋଥିବା ଏସବୁ ବ୍ୟକ୍ତି ବିଶେଷଙ୍କୁ ଏବେ ଖଳନାୟକ ଭାବେ ଅଭିହିତ କରାଯାଉଛି। ୯୦ ଦଶକରେ କଶ୍ମୀରରେ ସ୍ବତନ୍ତ୍ରତା ପାଇଁ ଲଢ଼େଇ କରୁଥିବା ହାଫିଜ୍‌ ସଇଦ୍‌ଙ୍କୁ ଏବେ ଦୁନିଆ ଆତଙ୍କବାଦୀ କହୁଥିବା ସେ କହିଛନ୍ତି। ୧୯୯୯ରେ କଶ୍ମୀରରେ ନିର୍ଯାତିତ ହୋଇ ପାକିସ୍ତାନ ପଳାଇ ଆସିଥିବା ଲୋକଙ୍କୁ ସାମରିକ ତାଲିମ୍‌ ଦିଆଯାଇ ଭାରତ ବିରୋଧରେ ଲଢ଼େଇ ପାଇଁ ପ୍ରସ୍ତୁତ କରାଯାଇଥିବା ମୁଶରଫ୍‌ କହିଛନ୍ତି। ତାଙ୍କର ଏଭଳି ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

Share