ତାଲିବାନ ଭୟ: ଗୀତ ଗାଇବା ଛାଡ଼ି ପରିବା ବିକୁଛନ୍ତି ଏହି ଲୋକପ୍ରିୟ ଗାୟକ

ବମ୍ବେ: ଆଫଗାନିସ୍ତାନକୁ ତାଲିବାନ ନିଜ ନିୟନ୍ତ୍ରଣକୁ ନେବା ପରେ ସେଠାରେ ପରିସ୍ଥିତି ଭୟଙ୍କର ରହିଛି। ଲୋକମାନେ ଜୀବନ ତଥା ଜୀବିକାକୁ ନେଇ ସଂଘର୍ଷ କରୁଛନ୍ତି। ଏହାଛଡ଼ା ଦେଶର ବଡ଼ ବଡ଼ ଷ୍ଟାରମାନଙ୍କ ପରିସ୍ଥିତି ମଧ୍ୟ ଶୋଚନୀୟ ହୋଇଛି। ନିକଟରେ ଲୋକପ୍ରିୟ ପପ୍‌ଷ୍ଟାର ଆର଼୍ୟାନା ସଇଦ ଦେଶ ଛାଡ଼ି ଦୋହା ପହଞ୍ଚିଥିବା ଜଣାପଡ଼ିଥିଲା। ଏବେ ତାଲିବାନ ଭୟରେ ଲୋକପ୍ରିୟ ଗାୟକ ହବିବୁଲ୍ଲାହ ଶାବାବ ଗୀତ ଗାଇବା ଛାଡ଼ି ଦେଇଛନ୍ତି। ସେ ଏବେ ପରିବା ବିକ୍ରି କରୁଛନ୍ତି।

ଶାବାବ ଏତେ ଭୟଭୀତ ହୋଇଛନ୍ତି ଯେ ସେ ଆଉ ଗାଇବାକୁ ଚାହୁଁନାହାନ୍ତି। କେବଳ ସେ ନିଜର ଛୋଟିଆ ବ୍ୟବସାୟ ଉପରେ ଧ୍ୟାନ କେନ୍ଦ୍ରୀତ କରିବାକୁ ଚାହୁଁଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଆଗାମୀ ଦିନରେ ଏଠାରେ ସଙ୍ଗୀତ ବ୍ୟବସାୟ ପୁରା ଠପ୍‌ ହୋଇଯିବ। ଏଣୁ ନିଜ ଗୁଜରାଣ ମେଣ୍ଟାଇବା ପାଇଁ କିଛି ତ କରିବାକୁ ହେବ। ଦେଶରୁ ସମସ୍ତ କଳାକାର ପଳାୟନ କରିଛନ୍ତି। ସେମାନେ ନିଜର ସ୍ଥିତି ବଦଳରେ ଶାନ୍ତିରେ ବଞ୍ଚିବାକୁ ଚାହୁଁଥିବା ଶାବାବ କହିଛନ୍ତି।

Share