ତାଲିମ ନେଲେ ୬୦ ଶିକ୍ଷୟିତ୍ରୀଶିକ୍ଷକ

ବାରିପଦା ଅଫିସ, ୨୭ା୧୦-କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନର ଭୁବନେଶ୍ୱର କେନ୍ଦ୍ର ଓ ମୟୂରଭଞ୍ଜ ଜିଲା ଶିକ୍ଷା ବିଭାଗ ମିଳିତ ଆନୁକୂଲ୍ୟରେ ବାରିପଦା ମହାରାଣୀ ପ୍ରେମ କୁମାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ହିନ୍ଦୀ ଶିକ୍ଷକ ନବୀକରଣ ପାଠ୍ୟକ୍ରମ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ପ୍ରାୟ ୬୦ଜଣ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀଶିକ୍ଷକ ଯୋଗ ଦେଇଥିଲେ। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲା ଶିକ୍ଷା ଅଧିକାରୀ ଧ୍ରୂବଚରଣ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଶିକ୍ଷକମାନଙ୍କ ଶିକ୍ଷଣ ପଦ୍ଧତିକୁ ସକ୍ରିୟ କରିବାକୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ତାଲିମ ଶିବିରରେ ଆୟୋଜିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ଶିକ୍ଷୟିତ୍ରୀଶିକ୍ଷକମାନଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଶିବିର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଜିଲା ବିଜ୍ଞାନ ନିରୀକ୍ଷକ ବେଣୁଧର ଚାନ୍ଦ, କେନ୍ଦ୍ରୀୟ ହିନ୍ଦି ସଂସ୍ଥାନ ଭୁବନେଶ୍ୱର କେନ୍ଦ୍ରର କ୍ଷେତ୍ରୀୟ ନିର୍ଦ୍ଦେଶକ ଡାକ୍ତର ରଞ୍ଜନ ଦାସ, ହାଇଦ୍ରାବାଦ କେନ୍ଦ୍ରର ଡାକ୍ତର ଚନ୍ଦ୍ରପ୍ରସାଦ ସିଂ ଏବଂ ପ୍ରଫେସର ବିଜୟ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।