ତାଲିମ ପାଇଥିବା ସତ୍ତ୍ୱେ ନିଯୁକ୍ତି ନାହିଁ: ରାସ୍ତା ଉପରେ ମାଣ ବସାଇ ପ୍ରତିବାଦ କଲେ ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ରାଜଧାନୀର ଲୋୟର ପିଏମ୍‌ଜି ଛକରେ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ବାସ୍ଥ୍ୟକର୍ମୀ ସଂଘ ପକ୍ଷରୁ ଅଭିନବ ପ୍ରତିବାଦ। ମାର୍ଗଶୀର ମାସ ଗୁରୁବାର ହୋଇଥିବାରୁ ରାସ୍ତା ଉପରେ ମାଣବସା କରି ପ୍ରତିବାଦ ଜଣାଇଛନ୍ତି ସ୍ବାସ୍ଥ୍ୟକର୍ମୀ। ମହିଳା ସଶକ୍ତିକରଣ ନାମରେ ରାଜ୍ୟ ସରକାର ବାହାବାଃ ନେଉଥିବା ସେମାନେ ଅଭିଯୋଗ କରିଛନ୍ତି।

ସେମାନେ ସମେସ୍ତେ ୨୦୦୬ରୁ ଧନ୍ଦାମୂଳକ ତାଲିମ ନେଇ ସାରିଛନ୍ତି। ହେଲେ ଘୋଷଣା ମୁତାବକ ପଦବୀ ବାହାରୁନାହିଁ। ଏବେ ରାଜ୍ୟରେ ୧୭ହଜାରରୁ ଅଧିକ ତାଲିମପ୍ରାପ୍ତ ମହିଳା ଏଏନ୍‌ଏମ୍‌ ଅଛନ୍ତି। ସରକାର ସେମାନଙ୍କୁ ନିଯୁକ୍ତି ଦେବା କଥା ଚିନ୍ତା କରୁନାହାନ୍ତି। ଅପରପକ୍ଷେ ନୂଆ ଛାତ୍ରୀଙ୍କୁ ତାଲିମ ନେଇ ଭବିଷ୍ୟତ ସହ ଖେଳୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ସେମାନଙ୍କ ଦାବି ପୂରଣ ନ କଲେ ସେମାନେ ଡିସେମ୍ବର ପହିଲାରେ ନବୀନ ନିବାସ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

Share