ତାଳଚେରରେ ବ୍ରଜକିଶୋର ବିଜୟୀ

ତାଳଚେର, ୨୩ା୫(ନି.ପ୍ର.)- ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ବ୍ରଜକିଶୋର ପ୍ରଧାନ ବିଜୟୀ ହୋଇଛନ୍ତି। ମୋଟ୍‌ ୨୯ ରାଉଣ୍ଡ ଗଣନା ହୋଇଥିବା ବେଳେ ବିଜେଡିର ବ୍ରଜକିଶୋର ପ୍ରଧାନ ୨୪୦୦୮ ଖଣ୍ଡ ଭୋଟରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ କାଳନ୍ଦୀ ସାମଲଙ୍କୁ ପରାସ୍ତ କରିଛନ୍ତି। ବ୍ରଜକିଶୋରଙ୍କୁ ୬୯୭୦୭ ଖଣ୍ଡ ଭୋଟ ମିଳିଥିବା ବେଳେ ଭାଜପାର କାଳନ୍ଦୀ ସାମଲଙ୍କୁ ୪୫୬୯୯ ଖଣ୍ଡ ଭୋଟ ମିଳିଛି। କଂଗ୍ରେସର ସୁରେଶ ଚନ୍ଦ୍ର ବେହେରା ୪୬୦୨ ଖଣ୍ଡ ଭୋଟ୍‌ ପାଇଛନ୍ତି।