ମାଦ୍ରିଦ୍,୧୮।୩: କରୋନା ସଂକ୍ରମଣ ଯୋଗୁ ସ୍ପେନ୍ରେ ସ୍ଥିତି ସଙ୍କଟ ଜନକ ହୋଇଛି। ସରକାରଙ୍କ ପକ୍ଷରୁ ଲୋକଙ୍କ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି। ଏପରିସ୍ଥଳେ ଲୋକେ ଘରେ ରହି ତାଳି, ବାସନକୁସନ ତଥା ବିଭିନ୍ନ ବାଦ୍ୟ ଯନ୍ତ୍ର ବଜାଇ ଏକ ଜୁଟ ହୋଇ କରୋନାର ମୁକାବିଲା ଲାଗି ସଚେତନତା ସୃଷ୍ଟି କରୁଛନ୍ତି। ଏବେ ଏହା ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଦେଶର ବହୁ ସହରରେ ଲୋକଙ୍କ ମଧ୍ୟରେ ଏଭଳି ମନୋଭାବ ଦେଖିବାକୁ ମିଳୁଛି। ରାତି ୮ଟା ବାଜିଲେ ଲୋକେ ନିଜ ନିଜ ଘର ବାଲକୋନିରେ ବସି ରହି ଏଭଳି କରୁଛନ୍ତି। ସୂଚନାଯୋଗ୍ୟ, ଇତିମଧ୍ୟରେ ସ୍ପେନ୍ରେ ୧୧,୮୨୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୩୩ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।
Posted inଅନ୍ତର୍ଜାତୀୟ, ଫୁରସତ