ବେଜିଂ,୪।୬: ଚାଇନାର ରାଜଧାନୀ ବେଜିଂର ତିଆନାନ୍ମେନ୍ ଛକ ନରସଂହାରକୁ ମଙ୍ଗଳବାର ୩୦ ବର୍ଷ ପୂରଣ ହୋଇଛି। ୧୯୮୯ ଜୁନ୍ ୪ରେ ଏଠାରେ ସମବେତ ଛାତ୍ର କମ୍ୟୁନିଷ୍ଟ ଶାସକଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ଦେଶରେ ଗଣତନ୍ତ ଶାସନ ପାଇଁ ଦାବୀ ହୋଇଥିଲା। ତେବେ ସରକାର ସମବେତ ଛାତ୍ରଙ୍କୁ ହତ୍ୟା କରିଥିଲେ। ନିରସ୍ତ୍ର ଛାତ୍ରଙ୍କ ଉପରେ ଚାଇନା ଆର୍ମିର ଟ୍ୟାଙ୍କ ଚଢ଼ାଇ ଦିଆଯାଇଥିଲା। ଏହାର ସ୍ମୃତିରେ ଏଠାରେ ପରେ ଏକ ସ୍ମାରକୀ ନିର୍ମାଣ କରାଯାଇଥିଲା।