ତିଆରି ହେବ ଏମ୍‌ ଏସ୍‌ ବିଟ୍ଟାଙ୍କ ବାୟୋପିକ୍‌

ମୁମ୍ବାଇ: ଏବେ ବଲିଉଡ୍‌ରେ ବାୟୋପିକ୍‌ ଟ୍ରେଣ୍ଡ ଚାଲିଥିବା ବେଳେ ନିକଟରେ ରିଲିଜ୍‌ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌। ଏବେ ଏହି ଦୌଡ଼ରେ ସାମିଲ ହେବାକୁ ଯାଉଛି ମନିନ୍ଦରଜିତ୍‌ ସିଂ ବିଟ୍ଟାଙ୍କ ବାୟୋପିକ୍‌। ଆତଙ୍କବାଦ ବିରୋଧରେ ସ୍ବର ଉତ୍ତୋଳନ କରି ସବୁବେଳେ ଚର୍ଚ୍ଚାରେ ହରୁଥିବା ବିଟ୍ଟାଙ୍କ ଉପରେ ଏବେ ନିର୍ମାତା ଶୈଳେନ୍ଦ୍ର ସିଂ ଏକ ବାୟୋପିକ୍‌ ନିର୍ମାଣ କରିବେ ବୋଲି କହିଛନ୍ତି। ମଙ୍ଗଳବାର ତାଙ୍କ ଟିମ୍‌ ସିଦ୍ଧିବିନାୟକ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଏହି ଖବର ଦେଇଛନ୍ତି। ତେବେ ଏହି ବାୟୋପିକ୍‌ ର ନାଁ ‘ଜିନ୍ଦା ଶହୀଦ’ ରଖିବେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଶୈଳେନ୍ଦ୍ର ସିଂ ଏହା ପୂର୍ବରୁ ବହୁବାର ଫିଲ୍ମ ନିର୍ମାଣ କରି ଫ୍ଲପ ହେବା ପରେ କିଛିଦିନ ହେବ ଚୁପ୍‌ ରହିଥିଲେ। ପୂର୍ବରୁ ସେ ଗ୍ଲୋବାଲ୍‌ ଡ୍ୟାନ୍ସ ଚାମ୍ପିୟନ ହୋଇଥିବା କିଙ୍ଗସ୍‌ ୟୁନାଇଟେଡ୍‌ ଟିମ୍‌କୁ ନେଇ ଏକ ବାୟୋପିକ୍‌ ନିର୍ମାଣ କିରିବାକୁ ଘୋଷଣା କରିଥିବା ବେଳେ ଏହା ହେଉଛି ତାଙ୍କ ବାୟୋପିକ୍‌ ସିରିଜ୍‌ର ଦ୍ୱିତୀୟ ଫିଲ୍ମ।

Share