ତିଆରି ହେବ ମହିଳା କ୍ରିକେଟର ମିତାଲି ରାଜ୍‌ଙ୍କ ବାୟୋପିକ୍‌

ମୁମ୍ବାଇ: ବାୟୋପିକ୍‌ ଟ୍ରେଣ୍ଡରେ ଏଥର ବଲିଉଡ୍‌ରେ ପ୍ରବେଶ କରିବାକୁ ଯାଉଛି ଭାରତୀୟ ଦଳର ମହିଳା କ୍ରିକେଟର ମିତାଲି ରାଜଙ୍କ ବାୟୋପିକ୍‌। ଏଥିରେ ଲିଡ୍‌ ରୋଲରେ ଆସିପାରନ୍ତି ତାପସି ପନ୍ନୁ। ଏକ ଦିବସୀୟ ମହିଳା କ୍ରିକେଟ ଦଳର ଏହି କ୍ୟାପଟେନଙ୍କୁ ନେଇ ତିଆରି ହେଉଥିବା ବାୟୋପିକ୍‌ ପାଇଁ ଦର୍ଶକ ଉତ୍ସାହ ରଖିବେ ବୋଲି ଅନୁମାନ କରାଯାଉଛି। ୩୬ ବର୍ଷୀୟା ମିତାଲି ମହିଳା କ୍ରିକେଟର ଜଣେ ଆଗଧାଡିର ଖେଳାଳି। ତେବେ ବାୟୋପିକ୍‌ ନିର୍ମାଣକୁ ନେଇ ଯଦିଓ ବିଧିବଦ୍ଧଭାବେ ସେମିତି କିଛି ଘୋଷଣା କରାଯାଇ ନାହିଁ ତଥାପି ବିଶେଷ ସୂତ୍ରରୁ ମିଳିଥିବା ଖବର ମୁତାବକ ଏହି ବାୟୋପିକ୍‌ କାମ୍‌ ଖୁବ୍‌ଶୀଘ୍ର ଆରମ୍ଭ କରାଯାଇପାରେ। ଅନ୍ୟପଟେ ତାପସୀଙ୍କୁ ଏହି ବାୟୋପିକରେ କାମ କରିବାର ସୁଯୋଗ ମିଳିଲେ ସେ ଖୁସି ହେବେ ବୋଲି କହିଛନ୍ତି। ହେଲେ ଫିଲ୍ମ ସମ୍ପର୍କରେ ସେ କୌଣସି ସୂଚନା ଦେଇନାହାଁନ୍ତି।

Share