Categories: ବାଣିଜ୍ୟ

ତିଆରି ହେଲା ୧୮୦କିମି/ଘଣ୍ଟା ସ୍ପିଡ୍‌ର ରେଳ ଇଞ୍ଜିନ

ନୂଆଦିଲ୍ଲୀ,୧୪-୮: ଭାରତୀୟ ରେଲଓ୍ବେ ହାଇସ୍ପିଡ ଟ୍ରେନ ଇଞ୍ଜିନ ନିର୍ମାଣ କ୍ଷେତ୍ରରେ ବହୁ ଉନ୍ନତି କରିଛି। ପଶ୍ଚିମବଙ୍ଗର ଚିତ୍ତରଞ୍ଜନ ଲୋକୋମୋଟିଭ ଓ୍ବର୍କ୍ସରେ ଏକ ହାଇସ୍ପିଡ ଇଞ୍ଜିନ ନିର୍ମାଣ କରାଯାଇଛି ଯାହା ଘଣ୍ଟା ପ୍ରତି ୧୮୦କିମି ବେଗରେ ଗତକରିପାରିବ। ରେଳମନ୍ତ୍ରୀ ପୀୟୂଷ ଗୋୟଲ ଏସମ୍ପର୍କରେ ଏକ ଟୁଇଟ୍‌ କରିବା ସହ ଏକ ଭିଡିଓ ଜାରି କରିଛନ୍ତି। ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଏହି ହାଇସ୍ପିଡ ରେଳ ଇଞ୍ଜିନ ବିକଶିତ କରାଯାଇଛି ବୋଲି ସେ ଟୁଇଟ୍‌୍‌ରେ ଦର୍ଶାଇଛନ୍ତି। ସୂଚନାଥାଉ କି, ବର୍ତ୍ତମାନ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଏକ ସେମି ହାଇସ୍ପିଡ ଟ୍ରେନ ଯାହାର ଗତି ଘଣ୍ଟା ପ୍ରତି ୧୮୦କିମି ରହିଛି। ଏହି ଟ୍ରେନକୁ ଚେନ୍ନାଇର ଇଣ୍ଟିଗ୍ରାଲ ଫ୍ୟାକ୍ଟ୍ରିରେ ନିର୍ମାଣ କରାଯାଇଛି। ଦେଶରେ ନିର୍ମିତ ଏହା ପ୍ରଥମ ଟ୍ରେନ ଯାହାର ଇଞ୍ଜିନ ଅଲଗା ହୁଏ ନାହିଁ।

Share