ବାରଙ୍ଗ,୧୨।୫(ଡି.ଏନ୍.ଏ.): କଟକ ଜିଲା ତିଗିରିଆର ଜଣେ ୩୭ ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୩ ତାରିଖରେ ସେ ସୁରଟରୁ ଫେରି ପୁରୀରେ ପହଞ୍ଚିଥିଲେ। ସେଠାରୁ ଭୁବନେଶ୍ୱର ଆସିବାପରେ ୨ ସମ୍ପର୍କୀୟ ତାଙ୍କୁ ବାଇକ୍ରେ ନେଇ ତିଗିରିଆରେ ଛାଡିଥିଲେ। ତାଙ୍କ ସ୍ବାବ ନମୁନା ପଜିଟିଭ ଜଣାପଡ଼ିବା ପରେ ବାଇକରେ ଆଣିଥିବା ତାଙ୍କ ଦୁଇ ସମ୍ପର୍କୀୟଙ୍କୁ ମଙ୍ଗଳବାର ପ୍ରଶାସନ ଠାବ କରିଛି। ନନ୍ଦନକାନନ ଥାନା ଅଧୀନରେ ଥିବା ଦୁଇଟି ଗ୍ରାମରୁ ଉଭୟଙ୍କୁ ଆଣିଥିବା ବେଳେ ଜଣଙଙ୍କୁ ପୋଲିସ କ୍ୱାରାଣ୍ଟାଇନ ସେଣ୍ଟରକୁ ପଠାଇଥିବାବେଳେ ଅନ୍ୟ ଜଣଙ୍କୁ ହୋମ୍ କ୍ୱାରାଣ୍ଟାଇନରେ ରହିବାକୁ କହିଥିବା ଜଣାପଡିଛି। ଏହି ଘଟଣା ପରେ ରାଜଧାନୀ ଉପକଣ୍ଠରେ ଥିବା ୫ ପଞ୍ଚାୟତରେ ଭୟର ବାତାବରଣ ସୃଷ୍ଟି ହୋଇଥିବାର ଜଣାପଡିଛି।