Categories: ମେଟ୍ରୋ

ତିଗିରିଆ ସନ୍ଦିଗ୍ଧ ଲିଙ୍କରେ ଥିବା ୨ଜଣ ଗଲେ କ୍ୱାରାଣ୍ଟାଇନ

ବାରଙ୍ଗ,୧୨ା୫(ଡି.ଏନ.ଏ): ତିଗିରିଆରେ ଜଣେ ୩୭ ବର୍ଷୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ସୋମବାର ଜଣାପଡ଼ିଥିଲା। ଏହି ବ୍ୟକ୍ତି ଜଣଙ୍କ ସୁରଟ ଫେରନ୍ତା ହୋଇଥିବାବେଳେ ଗତ ୩ ତାରିଖରେ ସୁରଟରୁ ଫେରି ପୁରୀରେ ପହଞ୍ଚତ୍ଥିଲେ। ସେଠାରୁ ଭୁବନେଶ୍ୱର ଆସିବାପରେ ସମ୍ପର୍କୀୟ ଶାଳକ ଓ ସଡ଼ୁ ଏକ ବାଇକ ଯୋଗେ ତିଗିରିଆରେ ଛାଡିଥିଲେ। ଏହି ସୁରଟ ଫେରନ୍ତାଙ୍କର ପଜିଟିଭ ଜଣାପଡିବା ପରେ ଆକ୍ରାନ୍ତଙ୍କ ବିବରଣୀ ଆଧାରରେ ଦୁଇ ସମ୍ପର୍କୀୟଙ୍କୁ ମଙ୍ଗଳବାର ପ୍ରଶାସନ ଠାବ କରିଛି। ନନ୍ଦନକାନନ ଥାନା ଅଧୀନରେ ଥିବା ଦୁଇଟି ଗ୍ରାମରୁ ସଡ଼ଙ୍କୁ ପୋଲିସ ଆଣି ସରକାରୀ କ୍ୱାରାଣ୍ଟାଇନକୁ ପଠାଇଥିବାବେଳେ ଶାଳକଙ୍କୁ ହୋମ୍‌ କ୍ୱାରାଣ୍ଟାଇନରେ ରହିବାକୁ ପୋଲିସ କହିିଛି। ଏହି ଘଟଣା ପରେ ରାଜଧାନୀ ଉପକଣ୍ଠରେ ଥିବା ପାଞ୍ଚ ପଞ୍ଚାୟତରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି।

Share