ତିତ୍‌ଲିରେ ହୋଇଥିଲା ଧ୍ୱଂସ : ପୁରିଆ ସାହି କ୍ଷୁଦ୍ର ସେଚ ପ୍ରକଳ୍ପ ଡ୍ୟାମ୍‌ ପୁନଃ ନିର୍ମାଣ

ବ୍ରହ୍ମପୁର ଅଫିସ,୧୫ା୫-ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ପୂରିଆ ସାହିରେ ପୁନଃ ନିର୍ମାଣ କରାଯାଉଛି ପୂରିଆ ସାହି କ୍ଷୁଦ୍ର ଜଳସେଚନ ଯୋଜନା। ଏହାର ମୁଖ୍ୟବନ୍ଧ (ହେଡୱାକ୍ସ) ନିର୍ମାଣ ଓ କେନାଲ ପୁନରୁଦ୍ଧାର ବାବଦରେ ପ୍ରଥମ ପର୍ଯ୍ୟାୟରେ ୨.୬୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।

ସୂଚନାଯୋଗ୍ୟ, ମରୁଡ଼ି ପ୍ରପୀଡ଼ିତ ପାତ୍ରପୁର ବ୍ଲକରେ ଚାଷୀଙ୍କୁ ନିୟମିତ ସେଚ ବ୍ୟବସ୍ଥା ଯୋଗାଇବା ପାଇଁ ୧୯୮୦ ଦଶକରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଗଜପତି ଜିଲା ମହେନ୍ଦ୍ରଗିରି ପର୍ବତରୁ ନିର୍ଗତ ଏକ ଚିରସ୍ରୋତା ଝରଣା ପାଣିକୁ ଅଟକାଇବାକୁ ପୂରିଆ ସାହି ଡ୍ୟାମ କରାଯାଇଥିଲା। ୧୯୮୨ରେ ପ୍ରକଳ୍ପ ଉଦ୍‌ଘାଟନ ହୋଇଥିଲା ।  ଜରଡ଼ା ସମେତ ଆଖପାଖ ୨୫ରୁ ୩୦ ଖଣ୍ଡ ଗ୍ରାମର ୮ ଶହରୁ ଊର୍ଦ୍ଧ୍ୱ ହେକ୍ଟର ଚାଷ ଜମିକୁ ସୁବିଧାରେ ସେଚ ବ୍ୟବସ୍ଥା ହୋଇଥିଲା।

୨୦୧୮ ଅକ୍ଟୋବର ୧୧ ତାରିଖ ରାତିରେ ସାମୁଦ୍ରିକ ବାତ୍ୟା ତିତ୍‌ଲି ଆନ୍ଧ୍ରପ୍ରଦେଶ  ପଲାସା ନିକଟରେ ଲ୍ୟାଣ୍ଡଫଲ୍‌ କରିଥିଲା। ବାତ୍ୟା ସାଙ୍ଗକୁ ପ୍ରବଳ ବର୍ଷା ବିପତ୍ାତ ମଧ୍ୟ ହୋଇଥିଲା। ସୀମାନ୍ତ ଅଞ୍ଚଳ ହୋଇଥିବାରୁ ତିତ୍‌ଲି ପ୍ରଭାବରେ ପୂରିଆ ସାହି ପ୍ରକଳ୍ପ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଗଲା। କେବଳ ସେତିକି ନୁହେଁ ସେହି ପ୍ରକଳ୍ପ ପାଖରେ ଥିବା ପୁରାଣ ବର୍ଣ୍ଣିତ ପର୍ଶୁରାମ କୁଣ୍ଡ ଓ ପର୍ଶୁରାମଙ୍କ ମୂର୍ତ୍ତି ଧୋଇ ହୋଇଯାଇଥିଲା । ପ୍ରାଚୀନ କିମ୍ବଦନ୍ତୀ ଅନୁସାରେ ପର୍ଶୁରାମ ସେହି କୁଣ୍ଡ ପାଖରେ ତପସ୍ୟା କରିଥିବାରୁ ନାମ ପର୍ଶୁରାମ କୁଣ୍ଡ ଦିଆଯାଇଥିଲା। ତିତ୍‌ଲି ତାଣ୍ଡବର ୬ ମାସ ପୂରିଛି ଏବଂ ପ୍ରକଳ୍ପର ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି ।

କ୍ଷୁଦ୍ର ଜଳସେଚନ ବିଭାଗ ଗଞ୍ଜାମ ନଂ ୧ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଗୋପାଳ ଦାସ କହିଛନ୍ତି, ପୂରିଆ ସାହି ଡ୍ୟାମ ପୁନଃ ନିର୍ମାଣ କାର୍ଯ୍ୟ  ଫେବୃୟାରୀରୁ ଆରମ୍ଭ ହୋଇଛି ଏବଂ ପ୍ରାକ୍‌ ବ୍ୟୟ ଅଟକଳ ମଞ୍ଜୁର ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଚଳିତ ବର୍ଷର ଖରିଫ ଧାନ ଫସଲ ନିମନ୍ତେ ଚାଷୀଙ୍କୁ ଜଳସେଚନର ସୁବିଧା ଯୋଗାଇବା ଲକ୍ଷ୍ୟ ରଖାଯାଇଛି। ତିତଲି ମାଡ଼ରେ ଯୋଜନାର କେନାଲର ମଧ୍ୟ କେତେକାଂଶ ନଷ୍ଟ ହୋଇଥିବାରୁ ତାହାର ପୁନରୁଦ୍ଧାର କରାଯିବ। ନିର୍ଦ୍ଧାରିତ ସମୟ ମଧ୍ୟରେ ପୁନଃ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ନିର୍ବାହୀ ଯନ୍ତ୍ରୀ ଗଭୀର ଆଶାପ୍ରକଟ ମଧ୍ୟ କରିଛନ୍ତି ।

ସୂଚନାଯୋଗ୍ୟ, ପୂରିଆ ସାହି ଯୋଜନା ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ । ବିଧାନସଭାର ପ୍ରାକ୍ତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରା ପ୍ରଥମେ ୧୯୮୦ ନିର୍ବାଚନରେ ଚିକିଟି ସେଗମେଣ୍ଟରୁ ବିଧାୟକ ହୋଇଥିଲେ। ଲଗାତର ମରୁଡ଼ି ଦାଉରୁ ପାତ୍ରପୁର ବ୍ଲକର ଚାଷୀଙ୍କୁ ରକ୍ଷା କରିବା ପାଇଁ ତତ୍କାଳୀନ ସରକାରଙ୍କ ଉପରେ ପ୍ରବଳ ଚାପ ପକାଇ ଯୋଜନା ଅନୁମୋଦନ କରାଇଥିଲେ । ୧୯୮୫ରୁ ୧୯୯୦ ପର୍ଯ୍ୟନ୍ତ ଉପବାଚସ୍ପତି ଏବଂ ୧୯୯୫ ରୁ ୨୦୦୦ ଯାଏ ସେ ବାଚସ୍ପତି ହେବାରୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କେନାଲ ନିର୍ମାଣ କରାଇଥିଲେ । ତିତ୍‌ଲି ତାଣ୍ଡବ ପରେ ପୂରିଆ ସାହି ଯୋଜନାର ତୁରନ୍ତ ପୁନଃ ନିର୍ମାଣ ପାଇଁ ସେ ଦାବି କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସମିତିସଭ୍ୟ ଉପନିର୍ବାଚନ: ଭାଜପା ସମର୍ଥିତ ଶ୍ୟାମସୁନ୍ଦର ବିଜୟୀ

ବେଲଗୁଣ୍ଠା,୨୪ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଧୂମୁଛାଇ ପଞ୍ଚାୟତର ସମିତିସଭ୍ୟ ପଦବୀ ପାଇଁ ବୁଧବାର ଉପନିର୍ବାଚନ ହୋଇଥିଲା। ଗୁରୁବାର ଭୋଟ୍‌ ଗଣତି କରାଯାଇ...

ଅଧିକ ଯୌତୁକ ଦାବି କରି ନିର୍ଯ୍ୟାତନା , ଥାନାରେ ଏତାଲା

ହିଞ୍ଜିଳିକାଟୁ, ୨୪।୪(ଦ୍ବିତୀକୃଷ୍ଣ ପଣ୍ଡା): ବିବାହର ୧ ମାସ ପରେ ଅଧିକ ଯୌତୁକ ଦାବି କରି ଶାଶୁ ଓ ଦିଅର ମିଶି ଶାରୀରିକ ଓ ମାନସିକ ନିର୍ଯ୍ୟାତନା...

ଭାଉଜଙ୍କୁ ଟଣାଓଟରା କରିବା ସହ ସୁନା ଚେନ ଲୁଟ ଅଭିଯୋଗ

ହିଞ୍ଜିଳିକାଟୁ, ୨୪।୪(ଦ୍ବିତୀକୃଷ୍ଣ ପଣ୍ଡା): ଏକ ବିବାହ ଭୋଜିରୁ ଫେରୁଥିବା ବେଳେ ଭାଉଜଙ୍କୁ ଟଣାଓଟରା କରିବା ସହ ବେକରୁ ଏକ ସୁନା ଚେନ ଲୁଟି ନେଇଥିବା ନେଇ...

୫୦ ହଜାର ଟଙ୍କା ଯୌତୁକ ଦାବିରେ ନିର୍ଯ୍ୟାତନା ସହ ହତ୍ୟା ଉଦ୍ୟମ ଅଭିଯୋଗ

ହିଞ୍ଜିଳିକାଟୁ, ୨୪।୪(ଦ୍ବିତୀକୃଷ୍ଣ ପଣ୍ଡା): ବିବାହର ୬ ମାସ ପରଠାରୁ ଅଧିକ ୫୦ ହଜାର ଟଙ୍କା ଯୌତୁକ ଦାବି କରି ଶ୍ୱଶୁର ଘର ଲୋକେ ବୋହୂଙ୍କୁ ଶାରୀରିକ...

ପଞ୍ଚାୟତିରାଜ ଦିବସ ପାଳିତ: ୩୯ ହିତାଧିକାରୀ ପାଇଲେ ରାଶନ କାର୍ଡ

ଦିଗପହଣ୍ଡି,୨୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡ଼ିଓ ଅନାମିକା ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି...

ଗ୍ରୋସରି ଦୋକାନରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ଜଳିଗଲା

ଦିଗପହଣ୍ଡି,୨୪।୪ (ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ବଡଦାଣ୍ଡ ସାହିର ନର୍ମଦା ସାହୁ ଙ୍କ ଗ୍ରୋସରୀ ଦୋକାନରେ ଗୁରୁବାର ସନ୍ଧ୍ୟା ପ୍ରାୟ ୬...

ଧୂମୁଛାଇ ଉପନିର୍ବାଚନ ଫଳଫଳ: ଭାଜପା ସମର୍ଥିତ ସମିତିସଭ୍ୟ ପ୍ରାର୍ଥୀଙ୍କ ବାଜିମାତ୍‌

ବେଲଗୁଣ୍ଠା,୨୪ା୪(କୃଷ୍ଣଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଧୂମୁଛାଇ ପଞ୍ଚାୟତର ସମିତିସଭ୍ୟ ପଦବୀ ପାଇଁ ଉପନିର୍ବାଚନ ହୋଇଥିବା ବେଳେ ଆଜି ଭୋଟ୍‌ ଗଣତି କରାଯାଇ ଫଳାଫଳ...

ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ନେଇ କର୍ମଶାଳା

ଦିଗପହଣ୍ଡି,୨୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ପ୍ରଶିକ୍ଷଣ କର୍ମଶାଳା ଗୁରୁବାର ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image