ତିତ୍‌ଲି ଦୁଃଖ ଯାଇନି, ମାଡ଼ିଆସୁଛି ‘ଫନୀ’ ଲୋକେ ଆତଙ୍କିତ

ଭଞ୍ଜନଗର,୧ା୫(ଡି.ଏନ୍‌.ଏ.) : ସାମୁଦ୍ରିକ  ଝଡ଼  ତିତ୍‌ଲି ପ୍ରଭାବରେ ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ହୋଇଥିଲା। ଇତିମଧ୍ୟରେ ତିତ୍‌ଲିକୁ ୬ ମାସ ପୂରିବାକୁ ବସିଥିବାବେଳେ ଏବେବି ଅନେକ ଲୋକଙ୍କ ଦୁଃଖ ଯାଇନାହିଁ ।  ଆଜିପର୍ଯ୍ୟନ୍ତ ବନ୍ୟା ସହାୟତା ରାଶି ମିଳିନାହିଁ । ଅନେକ ରାସ୍ତାଘାଟ ଏବେ ବି ମରାମତି ହୋଇନାହିଁ । ପୁଣି ବୁଧବାର ଆସୁଛି ଏକ ବାତ୍ୟା ‘ଫନୀ’।  ତିତ୍‌ଲି ଠାରୁ ସାମ୍ଭାବ୍ୟ ସାମୁଦ୍ରିକ ଝଡ଼ ‘ଫନୀ’ ଅଧିକ ଭୟଙ୍କର ହେବା ଆଶା କରାଯାଉଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ‘ଫନୀ’ର ପ୍ରଭାବ ଗଞ୍ଜାମ ଜିଲା ଉପରେ କେତେ ପଡ଼ିବ ତାହାର ସ୍ପଷ୍ଟ ଚିତ୍ର ମିଳି ପାରିନାହିଁ। ତଥାପି ଫନୀକୁ ନେଇ ଲୋକେ ଭୟଭୀତ  ହୋଇପଡ଼ିଛନ୍ତି ।

ତିତ୍‌ଲିରେ କ୍ଷତିଗ୍ରସ୍ତ ବେଲଗୁଣ୍ଠା ବ୍ଲକର ବଲାଡ଼ି-କୁଶପଲ୍ଲୀ ସମେତ ଅନେକ ରାସ୍ତା ଏବେବି ସ୍ଥାୟୀ ମରାମତି ହୋଇନାହିଁ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ବେଲଗୁଣ୍ଠା ବ୍ଲକର ଅନେକ ଚାଷୀ ଏବେବି ଫସଲ କ୍ଷତିପୂରଣ ପାଇନାହାନ୍ତି । ଗତ ତିତିଲିରେ ୧୨ରୁ ୧୬ ଘଣ୍ଟା ମଧ୍ୟରେ ୩୩୦ ମିଲିମିଟରରୁ ୩୬୦ ମିଲିମିଟର ବର୍ଷା ହୋଇଥିଲା। ହଠାତ୍‌ ଏତେ ପରିମାଣର ବର୍ଷା ଯୋଗୁ ପାଣି ଠିକ୍‌ ଭାବେ ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ନିଷ୍କାସନ ହୋଇପାରିଲା ନାହିଁ । ସହରାଞ୍ଚଳରେ ଡ୍ରେନେଜ ବ୍ୟବସ୍ଥା ଠିକ୍‌ ନ ଥିବାରୁ ଏହି ସମସ୍ୟା ଅଧିକ ହୋଇଥିଲା । ଯେଉଁଥିପାଇଁ ବନ୍ୟା ହୋଇଥିଲା। ତିତ୍‌ଲିକୁ ପାଖରେ ଦେଖିଥିବା ଲୋକେ ‘ଫନୀ’ ଆଶଙ୍କାରେ ସମ୍ପୂର୍ଣ୍ଣ ଭୟଭୀତ ହୋଇପଡ଼ିଛନ୍ତି । ତିତ୍‌ଲି କ୍ଷୟକ୍ଷତିକୁ ଦେଖି ଭଞ୍ଜନଗର ଜଳସମ୍ପଦ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି । ତିତଲିରେ ଭାଙ୍ଗିଥିବା ପ୍ରାୟ ସମସ୍ତ ନଦୀ ଆଡ଼ିବନ୍ଧ ମରାମତି କରାଯାଇଛି।  ଡହ, ବାଘୁଆ ଓ ସୋରଡ଼ା ଜଳଭଣ୍ଡାରରେ ବୁଧବାର ସୁଦ୍ଧା ୩୦ରୁ ୩୫ ପ୍ରତିଶତ ପାଣି ଜଳଭଣ୍ଡାରରେ ମହଜୁଦ୍‌ ଅଛି । ସେହିଭଳି ଭଞ୍ଜନଗର ଜଳଭଣ୍ଡାରରେ ୨ ମିଟର କମ୍‌ ପାଣି ଅଛି । କମ୍‌ ସମୟ ମଧ୍ୟରେ ଯଦି ଅଧିକ ମିଲିମିଟର ବର୍ଷା ହେବ ତେବେ ବନ୍ୟା ପରିସ୍ଥିତି ହେବ । ୨୪ ଘଣ୍ଟା ମଧ୍ୟରେ ୨୦୦ ମିଲିମିଟର ମଧ୍ୟରେ ବର୍ଷା ହେଲେ ସେତେଟା ଅସୁବିଧା ହେବନାହିଁ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ଆକଳନ କରାଯାଇଛି। କନ୍ଧମାଳ ଜିଲାରେ ଯଦି ଅଧିକ ବର୍ଷା ହେବ ତେବେ ଡ଼ହ, ସୋରଡ଼ା, ଭଞ୍ଜନଗର ଜଳଭଣ୍ଡାରର ପାଣି ନିଶ୍ଚିତ ବଢ଼ିବ। ଏହାକୁ ମୁକାବିଲା କରିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଏଥିସହ ଜଳଭଣ୍ଡାର ଓ ନଦୀ ନାଳ ତଟବର୍ତ୍ତୀ ଅଞ୍ଚଳ ଲୋକଙ୍କୁ ସାମ୍ଭାବ୍ୟ ବାତ୍ୟା ନେଇ ସତର୍କ କରାଇ ଦିଆଯିବା ସହ ନିରାପଦ ସ୍ଥାନକୁ ଚାଲିଯିବା ପାଇଁ ନିବେଦନ କରାଯାଇଛି ।

ତିତ୍‌ଲିରେ ଭଞ୍ଜନଗର ଉପଖଣ୍ଡର ଆସିକା, ସୋରଡ଼ା, ଭଞ୍ଜନଗର, ବେଲଗୁଣ୍ଠା ବ୍ଲକରେ ବିଶେଷ କ୍ଷୟକ୍ଷତି ହୋଇଥିଲା । ଲୋକଙ୍କୁ ନିରାପଦ ସ୍ଥାନକୁ ଅଣା ଯାଇ ନ ପାରିବାରୁ ସୋରଡ଼ା ବ୍ଲକରେ ୬ ଜଣଙ୍କର ପାଣିରେ ଭାସି ମୃତ୍ୟୁ ଘଟିଥିଲା। ପୁନଃରାୟ ‘ଫନୀ’ରେ  ଯେଭଳି କ୍ଷୟକ୍ଷତି ନ ହେବ ସେଥିପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହିଭଳି ପରିସ୍ଥିତିରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ବୁଧବାର ସକାଳେ ଭଞ୍ଜନଗର ଗସ୍ତରେ ଆସି ସାମ୍ଭାବ୍ୟ ବାତ୍ୟା ଫନୀରୁ ମୁକାବିଲା କିଭଳି କରାଯିବ ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏଥିସହ ସ୍ଥାନୀୟ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜରେ ହୋଇଥିବା ଆସିକା, ସୋରଡ଼ା, ଭଞ୍ଜନଗର ନିର୍ବାଚନମଣ୍ଡଳୀର ଷ୍ଟ୍ରଙ୍ଗ୍‌ରୁମ୍‌ ଯାଞ୍ଚ କରିଛନ୍ତି ଫନୀର ପ୍ରଭାବରେ ଷ୍ଟ୍ରଙ୍ଗରୁମର ଯେଭଳି କୌଣସି କ୍ଷତି ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଜିଲାପାଳଙ୍କ ଗସ୍ତ ସମୟରେ ଉପଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ବିଡିଓ ଅନୀଲ କୁମାର ସେଠୀ, ତହସିଲଦାର ଦୀନମଣି ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ଜିଲାପାଳ ଆସିକା ଅଭିମୁଖେ ଯାଇ ସେଠାରେ ସମୀକ୍ଷା କରିଛନ୍ତି । ଉପଜିଲାପାଳ ସୋରଡ଼ାରେ ବାତ୍ୟାର କିଭଳି ମୁକାବିଲା କରାଯିବ ସେ ଉପରେ ସମୀକ୍ଷା କରିଛନ୍ତି। ଏନେଇ ଉପ ଜିଲାପାଳ ମିଞ୍ଜଙ୍କ ସହ ଯୋଗାଯୋଗ କରିବାରୁ, ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ନିଆଯାଇଛି। ଏନ୍‌ଡିଆରଏଫ୍‌, ଓଡ୍ରାଫ୍‌ ଟିମ୍‌ ଆଗୁଆ ଆସି ବିଭିନ୍ନ ସ୍ଥାନରେ ପହଞ୍ଚିବେ। ଖାଦ୍ୟ ମହଜୁଦ୍‌ ବ୍ୟବସ୍ଥା କରାଯାଇଛି। ଏଥିସହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଯୋଜନା ଅଛି। ଜଳସମ୍ପଦ ବିଭାଗ ନିର୍ବାହୀଯନ୍ତ୍ରୀ ନିହାର ରଞ୍ଜନ ସାମନ୍ତରାୟଙ୍କ ସହ ଯୋଗାଯୋଗ କରିବାରୁ କହିଛନ୍ତି ଯେ, ପରିସ୍ଥିତିର ମୁକାବିଲା ପାଇଁ ବାଲିବସ୍ତା ବିଭିନ୍ନ ସ୍ଥାନରେ ମହଜୁଦ୍‌ ରଖାଯିବା ସହ ଆବଶ୍ୟକ ପଦକ୍ଷେପ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ, ୨ଗୁରୁତର

ଗୋପାଳପୁର,୧୭।୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନଂ ଜାତୀୟ ରାଜପଥ ଗୋପାଳପୁର ଓଭର ବ୍ରିଜ ନିକଟ ବିଲୁ ଢ଼ାବା ସମୁଖରେ ଏକ ମର୍ମନ୍ତୁଦ ଦୁର୍ଘଟଣା...

ଅଗ୍ନିକାଣ୍ଡରେ ସର୍ବସ୍ବାନ୍ତ ୭ ପରିବାର: ବିପନ୍ନଙ୍କୁ ସହାୟତା ଦେଲେ ବିଧାୟକ

ଭଞ୍ଜନଗର,୧୭ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ଦୋମୁହାଣୀ ପଞ୍ଚାୟତର ବଞ୍ଜର ସାହି ନିକଟସ୍ଥ ତିନିସାହିରେ ରବିବାର ଅଗ୍ନିକାଣ୍ଡ ଘଟି ୭ଟି ପରିବାରର ୧୦...

ଏମ୍‌ପି ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ, ଜେଲ ଗଲେ ୨

ଦିଗପହଣ୍ଡି,୧୬ା୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍‌ ଗଡ଼ଗୋବିନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବ୍ରହ୍ମପୁର ଏମ୍‌ପି ପ୍ରତିନିଧି କେ.ହରିବନ୍ଧୁ ରେଡ୍ଡୀଙ୍କୁ ତାଙ୍କ ପ୍ରତିପକ୍ଷ ଗୋଷ୍ଠୀ ପକ୍ଷରୁ...

ଶିଶୁ ଯୌନ ନିର୍ଯାତନା ମାମଲା: ୩ ଅଭିଯୁକ୍ତଙ୍କୁ ୨୦ବର୍ଷ, ଜଣଙ୍କୁ ୩ ବର୍ଷ ଜେଲ

ଛତ୍ରପୁର,୧୬ା୩ (ସନ୍ତୋଷ ପାଢ଼ୀ ): ଗଞ୍ଜାମ ପୋଲିସ ଜ଼ିଲାରେ ଘଟିଥିବା ୪ଟି ଶିଶୁ ଯୌନ ନିର୍ଯାତନା ମାମଲାର ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହେଇଛନ୍ତି। ସେମାନଙ୍କୁ ଦଣ୍ଡାଦେଶ...

ବୋମାମାଡ଼ କରି ବନ୍ଧାହେଲେ ଦୁଇ ଭାଇ

ଗୋପାଳପୁର,୧୬ା୩(ନବୀନ ରାଜ ଆଚାରୀ): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ କରିବା ଘଟଣାରେ ଗୋପାଳପୁର ଥାନା ପୋଲିସ ଦୁଇ ଭାଇଙ୍କୁ ପୋଲିସ ଗିରଫ କରି ସୋମବାର...

୭ ପରିବାରର ଜଳିଗଲା ୧୦ ବଖରା, ଅଧଘଣ୍ଟାରେ ସବୁ ପୋଡ଼ି ଛାରଖାର

ଭଞ୍ଜନଗର,୧୬ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ଦୋମୁହାଣୀ ପଞ୍ଚାୟତର ବଞ୍ଜର ସାହି ନିକଟସ୍ଥ ତିନିସାହିରେ ରବିବାର ଅପରାହ୍ନ ପ୍ରାୟ ୨ଟାରେ ନିଆଁ ଲାଗିଯାଇଥିଲା।...

ବେଆଇନ ମଦ କାରଖାନା ଉପରେ ଚଢ଼ାଉ, ବିପୁଳ ପରିମାଣର ମଦପୋଚ୍‌, ଅପମିଶ୍ରିତ ମଦ ଜବତ

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଅବକାରୀ ଅଧିକ୍ଷକ ପ୍ରବୀଣ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ରବିବାର ଚିକିଟି ଅବକାରୀ ଉପ-ଅଧିକ୍ଷକ କୁମୁଦ ରଞ୍ଜନ...

ମା’ ବାଙ୍କେଶ୍ୱରୀଙ୍କ ଡିମ୍ବୁଳା ଯାତ୍ରା ଉଦ୍‌ଯାପିତ

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର):ସମଗ୍ର ଦକ୍ଷିଣ ଓଡିଶାର ଆରାଧ୍ୟ ଦେବୀ ମା’ ସିଦ୍ଧ ବାଙ୍କେଶ୍ବରୀଙ୍କ ଡିମ୍ବୁଳା ଯାତ୍ରା ରବିବାର ଉଦ୍‌ଯାପିତ ହୋଇଯାଇଛି। ଗଞ୍ଜାମ ଜିଲାର ପ୍ରମୁଖ ଶକ୍ତିପୀଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image