ତିନିବାଡ଼ରୁ ଆସି ଲାଗିଲା ଆଜ୍ଞାମାଳ: ସିଂହଦ୍ୱାରରେ ତିନି ରଥ

ପୁରୀ ଅଫିସ୍‌,୩।୭: ଗୁରୁବାର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ମହାପ୍ରଭୁଙ୍କ ଏହି ନବଦିନାତ୍ମକ ଯାତ୍ରା ପାଇଁ ସିଂହଦ୍ୱାର ସମ୍ମୁଖରେ ପ୍ରସ୍ତୁତ ହୋଇରହିଛି ତିନି ରଥ। ମଙ୍ଗଳବାର ନବଯୌବନ ବେଶରେ ଦର୍ଶନ ଦେଇଥିଲେ ଚତୁର୍ଦ୍ଧାବିଗ୍ରହ। ବୁଧବାର ଉଭାଯାତ୍ରା। ଏହି ପବିତ୍ର ତିଥିରେ ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ସାଢ଼େ ୧୧ଟାରେ ରଥଖଳାରେ ଥିବା ତିନିରଥରେ ତିନିବାଡ଼ରୁ ଆସିଥିବା ଆଜ୍ଞାମାଳ ଲାଗି କରାଯାଇଥିଲା। ତିନିଜଣ ପୂଜା ପଣ୍ଡା ଏହି ଆଜ୍ଞାମାଳ ଆଣି ଲାଗି କରିଥିଲେ। ଏହାପରେ ତିନିରଣଥକୁ ସିଂହଦ୍ୱାର ସମ୍ମୁଖୁ ଟାଣି ନେଇଥିଲେ ପୋଲିସ ଓ ଭକ୍ତ। ପ୍ରଥମେ ଜଗନ୍ନାଥଙ୍କ ନନ୍ଦିଘୋଷ ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଶେଷରେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ସିଂହଦ୍ୱାରକୁ ନିଆଯାଇଥିଲା। ରଥଗୁଡିକୁ ସଜାଯାଇ ରଖାଯାଇଛି। ଗୁରୁବାର ଏହି ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯିବେ ଚତୁର୍ଦ୍ଧାବିଗ୍ରହ।

Share